www.samajalive.in
Saturday, December 6, 2025
15.1 C
Bhubaneswar

ପରମ୍ପରା ଓ ଆନନ୍ଦ ଉଲ୍ଲାସର ପର୍ବ ‘ରଜ’

‘’ବନସ୍ତେ ଡ଼ାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
ଘେନି ନୂଆ ସଜବାଜ’’।
କୁହାଯାଏ ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ପ୍ରତ୍ୟେକ ପର୍ବ ପାଳନ ପଛରେ ସ୍ୱତନ୍ତ୍ର ମହତ୍ୱ ଓ ପରମ୍ପରା ରହିଛି। ସେଭଳି କେତେକ ପର୍ବ ମଧ୍ୟରେ ପ୍ରତିବର୍ଷ ଜୁନ ମାସରେ ପାଳନ କରାଯାଉଥିବା ପର୍ବ ହେଉଛି ଓଡ଼ିଶାର ପାମ୍ପରିକ ଗଣ ପର୍ବ ରଜ ପର୍ବ। ମୁଖ୍ୟତଃ ଏହା କୁଆଁରୀ କନ୍ୟାମାନଙ୍କ ପର୍ବ। ରଜ ପର୍ବ ମୁଖ୍ୟତଃ ୩ଦିନ ପାଳନ କରାଯାଏ। ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ ବା ବସୁମତୀ ସ୍ନାନ।
ରଜ ପାଳନ :
ଆନନ୍ଦ ଉଲ୍ଲାସର ପର୍ବ ରଜ ପର୍ବ। ସଭିଁଙ୍କ ପାଇଁ ସାଙ୍ଗରେ ସେ ଘେନି ଆଣେ ହସଖୁସି। ରଜ ପୂର୍ବଦିନ କୁଆଁରୀ କନ୍ୟାମାନେ ନିଜର ସାଜସଜ୍ଜା ସାମଗ୍ରୀ ଓ ନୂତନ ପୋଷାକ ପ୍ରସ୍ତୁତ କରି ରଖନ୍ତି। ରଜ ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ସାରି ନୂତନ ପୋଷାକ ,ଶାଢୀ ଆଦି ପରିଧାନ କରନ୍ତି। ସାଜସଜ୍ଜା ଜିନିଷରେ ସଜେଇ ହୋଇ ନିଜ ନିଜ ସଙ୍ଗାତଙ୍କୁ ଘରକୁ ବୁଲିବାକୁ ଯାଆନ୍ତୁ। ରଜରେ ମୁଖ୍ୟ ଆକର୍ଷଣ ହେଉଛି ଦୋଳି, ରଜ ପାନ ଓ ସ୍ୱତନ୍ତ୍ର ପିଠାପଣା। ତିନିଦିନ ଯାକ କୁଆଁରୀ ଝିଅ ମାନେ କାମ କରନ୍ତି ନାହିଁ। ପିଠାପଣା ଖାଇ ରଜ ଦୋଳି ଖେଳି ମଉଜ ମଜଲିସ, ହସଖୁସିରେ ପାଳନ କରିଥାଆନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories