www.samajalive.in
Saturday, December 6, 2025
15.1 C
Bhubaneswar

ଜନ୍ମର ୧୨ ଘଣ୍ଟା ମଧ୍ୟରେ ୬ ନବଜାତ କରୋନା ସଂକ୍ରମିତ

ଲଣ୍ଡନ : କରୋନା ସଂକ୍ରମିତ ମାତାଠାରୁ ଜନ୍ମିତ ଶିଶୁ ସଂକ୍ରମିତ ହୋଇ ଜନ୍ମ ହୋଇଥାଏ ନା ଜନ୍ମ ପରେ ସଂକ୍ରମିତ ହୁଏ ତାହାକୁ ନେଇ ଏକମତ ହୋଇ ପାରୁନାହାନ୍ତି ଡ଼ାକ୍ତର । ଗବେଷକମାନେ ଏହାକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି । ମାତ୍ର ଏ ସମ୍ପର୍କରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ବ୍ରିଟେନରେ କରୋନା ସଂକ୍ରମିତ ୬ ଜଣ ମହିଳାଙ୍କଠାରୁ ଜନ୍ମିତ ଶିଶୁମାନେ ୧୨ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିବା ପରେ ଡ଼ାକ୍ତରମାନଙ୍କ ପାଇଁ ଏକ ବଡ଼ ଆହ୍ବାନ ହୋଇଛି । ଅନୁସନ୍ଧାନ ଅନୁଯାୟୀ, ଏହା ବୋଧହୁଏ ଦୁନିଆର ପ୍ରଥମ ଘଟଣା ଯେଉଁଠାରେ ଜନ୍ମର ମାତ୍ର ୧୨ ଘଣ୍ଟା ମଧ୍ୟରେ ଶିଶୁମାନଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଛି।

ସମସ୍ତ ଶିଶୁଙ୍କୁ ନବଜାତକ ୟୁନିଟରେ ଚିକିତ୍ସା କରାଯାଉଛି। ବ୍ରିଟେନର ପ୍ରସୂତି ସର୍ବେକ୍ଷଣ ସିଷ୍ଟମ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମାର୍ଚ୍ଚ ୧ ରୁ ଏପ୍ରିଲ ୧୪ ମଧ୍ୟରେ ମୋଟ୍ ୪୨୭ ମହିଳା ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୪୭ ଜଣ ଗର୍ଭବତୀ ଥିଲେ।

- Advertisement -

ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରମୁଖ ଗବେଷକ ପ୍ରଫେସର ମାରିଆନ୍ ନାଇଟ୍ କହିଛନ୍ତି ଯେ, ସମସ୍ତ ଶିଶୁ ଜନ୍ମ ହେବା ପରେ ସଂକ୍ରମିତ ହୋଇଛନ୍ତି; କିନ୍ତୁ ଏହା ସାବ୍ୟସ୍ତ କରିବା ସମ୍ଭବ ନୁହେଁ। ସେ କହିଛନ୍ତି ଯେ, ଶିଶୁମାନେ କରୋନା ସଂକ୍ରମିତ କିପରି ହେଲେ ତାହା ଜାଣିବା ପାଇଁ ଚେଷ୍ଟା ଜାରି ରହିଛି। କାରଣ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରସବ ସମୟରେ ସମସ୍ତ ଆବଶ୍ୟକୀୟ ନିୟମ ପାଳନ କରିଥିଲେ।  ସବୁଠାରୁ ଭଲ କଥା ହେଉଛି ଶିଶୁମାନେ ସ୍ତନ୍ୟପାନରୁ ସଂକ୍ରମଣ ପାଇନାହାନ୍ତି। ସେହିପରି ଶିଶୁମାନଙ୍କୁ ସ୍ତନ୍ୟ ପାନରୁ ବଞ୍ଚିତ କରାଯାଇ ପାରିବ ନାହିଁ। ଏହା କରିବା ଦ୍ୱାରା ଶିଶୁମାନେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଭୋଗି ପାରନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories