www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ରୋଗୀଙ୍କ ଶବକୁ ଅସମ୍ମାନ: ଗାତରେ ଫିଙ୍ଗି ଚାଲିଗଲେ ସରକାରୀ କର୍ମଚାରୀ, ଭିଡିଓ ଭାଇରାଲ୍‌

ଚେନ୍ନଇ: କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ ଥିବା ବେଳେ ପୁଡୁଚେରୀରେ କରୋନା ରୋଗୀଙ୍କ ମୃତଦେହକୁ ଅସମ୍ମାନ କରିବା ଘଟଣା ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୋଭିଡ୍‍-୧୯ ରୋଗୀଙ୍କ ଶବକୁ ଅସମ୍ମାନ କରିବା ପୂର୍ବକ ଗାତରେ ଫିଙ୍ଗି ଦେଉଥିବାର ଏକ ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ଏନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ୩ ଜଣ ସରକାରୀ କର୍ମଚାରୀ ଜଣେ କରୋନା ରୋଗୀଙ୍କ ଶବକୁ ଆମ୍ବୁଲାନ୍ସରୁ କାଢ଼ୁଛନ୍ତି । ମୃତଦେହ ଉପରେ କେବଳ ଏକ ଧଳା ଚାଦର ଘୋଡା ଯାଇଥିବାର ଦେଖାଯାଉଛି। ପରେ ଶବକୁ ଏକ ଗାତରେ ଫିଙ୍ଗି ଦେଇ ଯିବା ସହ ଜଣେ ସରକାରୀ କର୍ମଚାରୀଙ୍କୁ କହୁଛନ୍ତି ଯେ ଆମେ ଶବ ଫିଙ୍ଗି ଦେଇ ଆସିଲୁ। ଉକ୍ତ କର୍ମଚାରୀ ତାଙ୍କୁ ଆଙ୍ଗୁଳି ଦେଖାଇ ଠିକ୍‌ ଅଛି ବୋଲି ଇସାରା ଦେଉଛନ୍ତି।

- Advertisement -


ନିୟମ ଅନୁଯାୟୀ, କରୋନା ରୋଗୀଙ୍କ ମୃତଦେହକୁ ଏକ ପ୍ୟାକେଟରେ ସମ୍ପୁର୍ଣ୍ଣ ଘୋଡାଇ ରଖି ସମ୍ମାନର ସହ ସତ୍କାର କରାଯିବା କଥା। ମାତ୍ର ଏ ପ୍ରକାର ଦୁର୍ବ୍ୟବହାର ଭାରତୀୟ ଦଣ୍ଡ ବିଧି ଆଇନ ଧାରା ୫୦୦ ଅନୁଯାୟୀ ଅପରାଧ । ସରକାରୀ କର୍ମଚାରୀଙ୍କର କରୋନା ରୋଗୀଙ୍କ ଶବ ପ୍ରତି ଏପରି ଅସମ୍ମାନ କାର୍ୟ୍ୟକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଜିଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ।
ଏହି ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି ବୋଲି ପେଡୁଚେରୀ ଉପ-ରାଜ୍ୟପାଳ କିରଣ ବେଦୀ ପ୍ରକାଶ କରିଛନ୍ତି । ଉକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories