www.samajalive.in
Saturday, December 6, 2025
16.1 C
Bhubaneswar

ପୂର୍ବରୁ ଚାଲିଥିବା ଗୋଷ୍ଠୀ ଜଳ ଯୋଗାଣ, ପରିମଳ ଓ ସ୍ୱଚ୍ଛତା କୋରୋନା କାଳରେ ଏକ ସମାଧାନ ନା ସମସ୍ୟା?

ଭୁବନେଶ୍ବର : ଯେକୌଣସି ବିପର୍ଯ୍ୟୟ ଏକା ଆସେ ନାହିଁ, ବରଂ ସାଥିରେ ଅନେକ ବିପଦ ଆଣିଥାଏ। ଚୀନରୁ ଆରମ୍ଭ ହୋଇ କୋରୋନା ଆଜି ସାରା ବିଶ୍ୱରେ ଏକ ମହାମାରୀର ରୂପ ନେଇଛି, ଯାହା ଏକ ପ୍ରକାରର ସାରା ବିଶ୍ୱକୁ ଗୋଟିଏ ଦିଗରେ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ ସାରା ବିଶ୍ୱରେ ନିଶ୍ଚିତ ରୂପେ ଏକ ବଡ ସମସ୍ୟା ସବୁବେଳେ ଥିଲା। କିନ୍ତୁ କୋରୋନା ଏକ ଏଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ ପରିସ୍ଥିତି ସୃଷ୍ଟି କରିଛି ଯାହା ସାରା ବିଶ୍ୱରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଭିତିଭୂମି ପାରଦର୍ଶିତା ଓ ଦୂରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କୋରୋନା କେବଳ କୋରୋନା ନୁହେଁ ଏହାର ବହୁମୁଖୀ ପ୍ରଭାବ ଅନେକ ଗୁଡିଏ ଦିଗରେ ଭାବିବାକୁ ବାଧ୍ୟ କରିଦେଇଛି। ବିଶୁଦ୍ଧ ଜଳ,ପରିମଳ ଓ ସ୍ୱଚ୍ଛତା ଏହାର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିଗ। ଖାସ କରି ଆମ ରାଜ୍ୟରେ ଏହାକୁ ସବୁଠୁ ବେଶି ଗୁରୁତ୍ବପୂର୍ଣ୍ଣ  ଦିଗ କହିବା ଅତ୍ୟୁକ୍ତି ହେବନାହିଁ। ଓଡିଶାର ଜଳ ଶକ୍ତି ମନ୍ତ୍ର ଣାଲୟ (ପାନୀୟ ଜଳ ଏବଂ ପରିମଳ ବିଭାଗ;  www.ejalshakti.gov.in) ଅନୁଯାୟୀ ମାତ୍ର ୯.୩୧ ପ୍ରତିଶତ ପରିବାରରେ ନିଜ ଘରେ ପାନୀୟ ଜଳ ସୁବିଧା ଅଛି। ପାଖାପାଖି ୪୭% ଗ୍ରାମୀଣ ଜନସାଧାରଣଙ୍କୁ ପାଇପ ଯୋଗେଁ ଜଳ ଯୋଗାଣର ବ୍ୟବସ୍ଥା ଅଛି। ଯାହାର ସିଧାସଳଖ ଅର୍ଥ ହେଉଛି ଏହି ଲୋକ ମାନଙ୍କୁ ଗୋଷ୍ଠୀ ଜଳ ଯୋଗାଣ କେନ୍ଦ୍ରରୁ ପାନୀୟ ଜଳ ସଂଗ୍ରହ କରିବାକୁ ପଡେ। ପାନୀୟ ଜଳ ପାଇଁ ୯୦ ପ୍ରତିଶତରୁ ଗ୍ରାମୀଣ ଜନସାଧାରଣଙ୍କୁ ଘରୁ ବାହାରକୁ ଯିବାକୁ ପଡେ, ଯାହା କୋରୋନା କାଳରେ ଆଦୌ ସୁରକ୍ଷିତ ନୁହେଁ। ଯଦିଓ ରାଜ୍ୟ ସରକାରଙ୍କ ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ ଯୋଗୁଁ ଗ୍ରାମୀଣ ଜଳ ଯୋଗାଣ ଉନ୍ନତି ଆସିଛି,କିନ୍ତୁ କୋରୋନା ପରି ଏକ ମହାମାରୀ ସମୟରେ ଯେଉଁଥିରେ ସାମାଜିକ ଦୂରତା ନିତ୍ୟନ୍ତ ଆବଶ୍ୟକ ଏହି ଉନ୍ନତି ଯଥେଷ୍ଟ ନୁହେିଁ। ଯେପରି କୌଣସି ବ୍ୟକ୍ତିଙ୍କୁ ପାନୀୟ ଜଳ ପାଇଁ ୫୦ ମିଟରରୁ ଅଧିକ ଯାତ୍ରା କରିବାକୁ ନ ପଡେ, ସେଥିପାଇଁ ୧.୫ ଲକ୍ଷ ବର୍ଗ କିଲୋମିଟରରେ ଅଧିକ ୪.୭୯ ଲକ୍ଷ ଜଳ ଉତ୍ସ (ସର୍ବସାଧାରଣ ଜଳ କେନ୍ଦ୍ର) ବ୍ୟବସ୍ଥା ଅଛି। ଯଦିଓ ସହରାଞ୍ଚଲରେ ୧୧୪ଟି ପୌରସଂସ୍ଥା ଜରିଆରେ ସହରାଞ୍ଚଲରେ ଜଳ ଯୋଗାଣ ଏକ ପ୍ରକାର ବ୍ୟବସ୍ଥିତ ହୋଇ ପାରିଛି,ଯାହା ପାଖାପାଖି ୯୦ ପ୍ରତିଶତ ଆବଶ୍ୟକତା ତଥା ୬୪.୭୮ ଲକ୍ଷ ଜନ ସମୁଦାୟକୁକୁ ଜଳ ଯୋଗାଇବାରେ ସକ୍ଷମ ହୋଇଛି।

- Advertisement -

୨୦୦୦ଟି ବସ୍ତି ଅଞ୍ଚଲରେ ପାଖାପାଖି ୨ଲକ୍ଷ ଲୋକଙ୍କୁ ଜଳ ଯୋଗାଇବାରେ ଏବେବି ଏକ ଆହ୍ୱାନର ବିଷୟ। ଏହି ସବୁ ଗ୍ରାମାଞ୍ଚଲ ଓ ସହରାଞ୍ଚଲମାନଙ୍କରେ ପାନୀୟ ଜଳ ପାଇଁ ଲୋକମାନଙ୍କୁ ଗୋଷ୍ଠୀ କେନ୍ଦ୍ର ମାନଙ୍କ ଉପରେ ନିର୍ଭର କରିବାକୁ ପଡେ,ସେଠାରେ ସଂକ୍ରମଣର ଅନେକ ଆଶଙ୍କା ରହିଛି। ପୂର୍ବରୁ ଥିବା ଜଳ ଯୋଗାଣର ସମାଧାନ ମାନ କୋରୋନା କାଳରେ ସମସ୍ୟାରେ ପରିବର୍ତନ ହୋଇଛି। ସର୍ବଜନୀନ କ୍ଷେତ୍ର ମୁଖ୍ୟତ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଖରାପ ବ୍ୟକ୍ତିଗତ ସ୍ତରରେ ସ୍ୱଚ୍ଛତା ଓ ପ୍ରଦୂଷିତ ପୃଷ୍ଠଭୂମି ମହାମାରୀକୁ ଆହୁରୀ ବଢାଇବାର ଆଶଙ୍କା ଥାଏ।

ସେହିଭଳି ଋତୁସ୍ରାବ ସମୟରେ ସ୍ୱଚ୍ଛତାର ଅଭାବ ଲକ୍ଷ ଲକ୍ଷ କିଶୋରୀ ଏବଂ ମହିଳା ସ୍ୱାସ୍ଥ୍ୟକୁ ମଧ୍ୟ ବିପଦ ସଙ୍କୁଳ କରିପାରେ। ଯେଉଁସବୁ କ୍ଷେତ୍ରରେ ଗୋଷ୍ଠୀ ଜଳ ଯୋଗାଣ କେନ୍ଦ୍ର ଉପରେ ନିର୍ଭର ସେହିଠାରେ ସଂକ୍ରମିତ ପୃଷ୍ଠଭୂମି ଯଥା, ଟ୍ୟାପ୍‍,ନଳକୂପ ମାନଙ୍କରେ ଉପସ୍ଥିତିର ଆଶଙ୍କା ସେତେ ଅଧିକ। ଏତତ୍‍  ବ୍ୟତୀତ ଏହା ସାମାଜିକ ଦୂରତ୍ୱକୁ ବଜାଇ ରଖିବାରେ ଅସମର୍ଥ ମଧ୍ୟ ହୋଇଥାଏ। ଯେହେତୁ ଜଳ ସଂଗ୍ରହର ଦାୟୀତ୍ବ ସାଧାରଣ ମହିଳା ମାନଙ୍କ ଉପରେ ଥାଏ। ଏହା ମହିଳାଙ୍କୁ ଅଧିକ ବିପଦ ସଙ୍କୁଳ କରିଥାଏ। ଏହି ସବୁ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ଗୁଡିଏ ପଦକ୍ଷେପ ହାତକୁ ନେଇଥିଲେ,ଯାହା ସର୍ମ୍ପଦାୟକୁ ସଂକ୍ରମଣରୁ ଦୂରେଇ ରଖିବାରେ ସହାୟ ହୋଇଛି। ସଂଗଠନ/ଅନୁଷ୍ଠାନ (ବେସରକାରୀ ଚିକିତ୍ସା ପ୍ରତିଷ୍ଠାନ) ଏବଂ ନାଗରିକ ମଞ୍ଚ ଓ ୟୁନିସେଫ ପରି ବିକାଶ ସହଭାଗୀ ମାନଙ୍କୁ ସାଥୀରେ ନେଇ କୋରୋନା ଲେଢେଇରେ ପାନୀୟ ଜଳ,ପରିମଳ ଓ ସ୍ୱଚ୍ଛତାର ଏକ ଦୃଢ ନେଟୱାକ ପ୍ରସ୍ତୁତ କରାଗଲା। ସର୍ବସାଧାରଣ ସ୍ଥାନ ଓ ଅଧିକ ଚଳଚଞ୍ଚଳ ସ୍ଥାନ ଯଥା, ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଓ ଓଡିଶାର ସମସ୍ତ ଗ୍ରାମ ଞ୍ଚାୟତରେ ଅବସ୍ଥିତ ଅସ୍ଥାୟୀ ଚିକିତ୍ସା ଶିବିରରେ ସରକାର ପାନୀୟ ଜଳ ଏବଂ ହାତ ଧୋଇବା ସୁବିଧା ଯୋଗାଇ ଦେଇଥିଲେ। ଅନେକ ଗୁଡିଏ କର୍ପୋରେଟ ସଂସ୍ଥା ମଧ୍ୟ ଏ ପଦକ୍ଷେପରେ ସରକାରଙ୍କୁ ସହଯୋଗର ହାତ ବଢାଇଥିଲେ। ଏହା ବ୍ୟତୀତ ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରି ଜନସାଧାରଣ ସ୍ଥାନ ମାନଙ୍କରେ ପାନୀୟ ଜଳ ଏବଂ ହାତ ଧୋଇବାର ସୁବିଧା କରିବା ବାଧ୍ୟତାମୂଳକ କରିଥିଲେ। ଏତତ୍‍ ବ୍ୟତିତ ଗୋଷ୍ଠୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱଚ୍ଛତାର ଗୁରୁତ୍ୱ ଉପଲବ୍ଧି କରି ସରକାର ଏ କ୍ଷେତ୍ରରେ ମଧ୍ୟ ଅନେକ ପଦକ୍ଷେପ ନେଇଛନ୍ତି। ଡାକ୍ତରୀଦଳ ଆଗଧାଡିର ,କୋରୋନା ଯୋଦ୍ଧା ଯଥା ଏସ୍‍ଏଚ୍‍ଜି,ଏଡବ୍ଲୁଡବ୍ଲୁ ଏବଂ ଏଏନ୍‍ଏ କର୍ମଚାରୀଙ୍କୁ କୋଭିଡ-୧୯ ର ମୌଳିକ ଆଧାର ଓ ଏହାର ସଂକ୍ରମଣ ନିୟନ୍ତ୍ର ଣ ଉପର ତାଲିମ ଦିଆଯାଇଥିଲା। କୋରୋନା ଆଗଧାଡିର ତାଲିମପ୍ରାପ୍ତ ଯୋଦ୍ଧା ମାନେ ଗୋଷ୍ଠୀ ଏବଂ ପରିବାର ସ୍ତରରେ ପରିସ୍ଥିତି ଉପରେ ନଜର ରଖିବାରେ ସାହାଜ୍ୟ କରିଥିଲେ। ସ୍ୱାସ୍ଥ୍ୟ ସୁବିଧା ପରିଚାଳନା ଏବଂ ସେବାର ନୀରିକ୍ଷଣ ପାଇଁ ଏକ ବ୍ୟାପକ ମନିଟରିଂ ସ୍ଥାପନ କରାଗଲା ଓ ଏହା ଛଡା ଓଡିଶା ଜୀବିକା ମିଶନ (ଓଏଲ୍‍ଏମ୍‍) କାର୍ଯ୍ୟକର୍ତାଙ୍କ ଦ୍ୱାରା ଏକ ତୃତୀୟ ପକ୍ଷ ମନିଟରିଂ କରାଯାଇଛି। ଏତତ୍‍ ବ୍ୟତିତ ଗୋଷ୍ଠୀ ସ୍ତରରେ ସ୍ୱଚ୍ଛତା ଯୋଗାଣକୁ ସଂଶକ୍ତକରିବା ପାଇଁ ଅନେକ କାର୍ଯ୍ୟ ହାତ କୁ ନିଆଯାଇଛି। ସର୍ମ୍ପଦାୟ ସ୍ତରରେ ସ୍ୱଚ୍ଛତା ଅସ୍ଥାୟୀ ଡାକ୍ତରଖାନା ଏବଂ ସଂଙ୍ଗରୋଧ କେନ୍ଦ୍ରକୁ ୫୦ ଜଣଙ୍କ ପାଇଁ ୨୦୦୦ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ଯୋଗାଇ ଦିଆଯାଇଛି),ପାଣି ପାଇପ ଯୋଗାଇବା ସଂଙ୍ଗେ ସଂଙ୍ଗେ ହାତ ଧୋଇବା ପାଇଁ ପାଣି,ସାବୁନ ସହ ବାଲ୍ଟି ଏବଂ ମଗ୍‍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ କ୍ଷେତ୍ରରେ ସରକାରଙ୍କ ପ୍ରାଥମିକତା ହେଉଛି ବିକାଶ ସହଭାଗୀ ସଂସ୍ଥା ଓ ସଂଗଠନ ମାନଙ୍କୁ ସାଥୀରେ ନେଇ ମିଳିତ ଭାବେ ସ୍ୱଚ୍ଛତାର ବାର୍ତା ଦେବା ସଂଙ୍ଗେ ଏହାକୁ ନୀରିକ୍ଷଣ କରିବ। ଗୋଷ୍ଠୀ ଜଳ ଯୋଗାଣ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପ୍ରଚାର କରିବା ସଂଙ୍ଗେ ସଂଙ୍ଗେ,ରୋଜଗାର ହରାଇ ଥିବା ପିଡିତ ପରିବାରମାନଙ୍କ ପାଇଁ ପିଏଚଡି ଜଳ ଯୋଗାଣକୁ ସୁନିଶ୍ଚିତ କରିବା ସହ ସହରାଞ୍ଚଲ ଓ ଗ୍ରାମାଞ୍ଚଲ ରେ ଜଳ ଅସୁରକ୍ଷିତତାର ହଟସ୍ପଟ ଚିହ୍ନଟ ଆଦିକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଯୁବ ସ୍ୱସ୍ୱଚ୍ଛାସ୍ୱସବୀମାନଙ୍କୁ ଅ୍‍ନ୍ତର୍ଭୁକ୍ତ କରି ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଦେଇ କୋରୋନା ଲଢେଇ ପାଇଁ ପ୍ରସ୍ତୁତି କରାଯାଇଛି। ଏଥିରେ ୟୁନିସେଫର ସହାୟତା ରେ ଅନେକ  ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ-୧୯  ବିରୋଧରେ ଲଢିବାପାଇଁ  ‘ୟୁଥ ୪ ୱାଟାର’ ଅଭି ଯାନ ମାଧ୍ୟମସ୍ୱର ଯୁବ ସ୍ୱସ୍ୱଚ୍ଛାସ୍ୱସବୀମାନଙ୍କର ଏକ କୟାଡର ଓରି ଏସ୍ୱେସନ୍। ଓଡିଶାର ବିଭି ନ୍ନ ଅଞ୍ଚଲର ୧୦୦୦ ରୁ ଅଧିକ ଯୁବକ ଯୋଗଦେଇ ସୋସିଆଲ  ମିଡିଆ ତଥା ସମ୍ପ୍ରଦାୟରେ ସଚେଟନତା ସୃଷ୍ଟି କରିବାରେ ସହଯୋଗ କରିଥିଲେ ।

ଏ ସର୍ମ୍ପକରେ ସୂଚନା ଦେଇ ୟୁନିସେଫ ଓଡିଶା ଫିଲ୍ଡ ଅଫିସ ମୁଖ୍ୟ ମୋନିକା ନିଲସେନ କହିଥିଲେ, ଓଡିଶା ଏକ ବିପର୍ଯ୍ୟାୟ ବହୁଳ ରାଜ୍ୟ। ଫନୀ ଓ ଅର୍ମ୍ପାନ ପରି ଦୁଇଟି ସାମୁଦ୍ରିକ ଝଡ ମର୍ଧ୍ୟବର୍ତୀ ସମୟରେ ଆମେ କୋରୋନା ସହ ଲଢେଇ ଜାରି ରଖିଛୁ। ଜଳ ଯୋଗାଣ ଓ ପରିମଳ ସେବା ଗୁଡିକ ହେଉଛନ୍ତି ମୌଳିକ ଆବଶ୍ୟକତା। ରାଜ୍ୟ ସରକାର ବିଭିନ୍ନ ବିପର୍ଯ୍ୟୟ ସତ୍ୱେ ପଛୁଆ ବର୍ଗ ତଥା ଗରିବ ଶ୍ରେଣୀର ଲୋକମାନଙ୍କୁ ଜଳ ଯୋଗାଣ ଓ ପରିମଳ ସେବା ଜାରି ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଅନେକ ଅଞ୍ଚଲ ପ୍ରଚଣ୍ଡ ଖରା ହେତୁ ଜଳ ଉପଲବ୍ଧତା ମଧ୍ୟ ଏକ ବଡ ଆହ୍ୱାନ ହୋଇ ଛିଡା ହୋଇଛି। ରାଜ୍ୟର ବିକାଶ ପାଇଁ ଓଡିଶା ସରକରାରଙ୍କ ଏକ ପ୍ରତିଶ୍ମତିବୋଧ ସହଭାଗୀ ଭାବେ ୟୁନିସେଫ ସଦାସର୍ବଦା ସରକାରଙ୍କ ସହ କାର୍ଯ୍ୟକରି ଜଳ ସୁରକ୍ଷା ଓ ସମସ୍ତଙ୍କ ପାଇଁ ଯଥେଷ୍ଟ ପରିମାଣର ଜଳର କାର୍ଯ୍ୟରତ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories