www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଅପଡେଟ୍ : ଆରୋଗ୍ୟ ହାର ୪୮.୩୬%, ମୃତ୍ୟୁ ସଂଖ୍ୟା ୬,୯୨୯

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୪୮.୩୬%କୁ କୁ ବୃଦ୍ଧି ପାଇଛି। ଏଯାବତ ଦେଶରେ ୧ ଲକ୍ଷ ୧୯ ହଜାର ୨୯୩ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୨୨୦ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୨ ହଜାର ୬୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଙ୍କ ୪୬ ଲକ୍ଷ ୬୬ ହଜାର ୩୮୬ଟି ନମୁନାର ପରୀକ୍ଷା କରାଯାଇ ସାରିଲାଣି।
ଆଇସିଏମ୍‍ଆର୍‍ ନମୁନା ପରୀକ୍ଷା ପାଇଁ ନୂଆ ନୂଆ ପରୀକ୍ଷାଗାର ଗୁଡ଼ିକୁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି। ଦେଶରେ ୭୫୯ଟି ପରୀକ୍ଷାଗାରରେ କୋଭିଡ୍‍-୧୯ ନମୁନା ପରୀକ୍ଷା କରାଯାଉଛି, ଯାହା ମଧ୍ୟରେ ୫୩୧ଟି ସରକାରୀ ପରୀକ୍ଷାଗାର ଓ ୨୨୮ଟି ବେସରକାରୀ ପରୀକ୍ଷାଗାର ରହିଛି।

- Advertisement -

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ଭିତରେ ୯ ହଜାର ୯୭୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮ ରହିଛି। କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଏହା ହେଉଛି ଗୋଟିଏ ଦିନରେ ସବୁଠୁ ଅଧିକ।

ଗତ ୨୪ ଘଣ୍ଟା ମଧ୍ୟରେ ୨୮୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦେଶବ୍ୟାପୀ ମୃତ୍ୟୁ ସଂଖ୍ୟା ୬ ହଜାର ୯୨୯ରେ ପହଞ୍ଚିଛି। ଦେଶରେ କୋଭିଡ୍‍-୧୯ ମୃତ୍ୟୁ ହାର ଶତକଡ଼ା ୨ ଦଶମିକ ୮୦ ଭାଗ ରହିଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories