www.samajalive.in
Saturday, December 13, 2025
26.1 C
Bhubaneswar

ଗୋଆରେ ଜୁନ୍ ଶେଷ ଯାଏଁ ବନ୍ଦ ରହିବ ମସଜିଦ, ଚର୍ଚ୍ଚ ଖୋଲିବା ନିଷ୍ପତ୍ତି ପରେ

ସମାଜ ପୋର୍ଟାଲ ଡେସ୍କ: ଗୋଆରେ ଲକ ଡାଉନ କୋହଳ କରିବା ନିଷ୍ପତ୍ତି ଅନୁଯାୟୀ ସୋମବାରଠାରୁ ଚର୍ଚ୍ଚ ଓ ମସଜିଦ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ଗୋଆ ଚର୍ଚ୍ଚ ମୁଖପାତ୍ର କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖିଲେ ସୋମବାରଠାରୁ ଚର୍ଚ୍ଚ ଖୋଲାଯିବ ନାହିଁ ଏବଂ ଏହା ଉପରେ ପରେ ନିଷ୍ପତ୍ତି ଗ୍ରହଣ କରାଯିବ। ସେହିପରି ଆସୋସିଏସନ୍ ଅଫ୍ ଅଲ୍ ଗୋଆ ମୁସଲିମ୍ ଜମାତ ମଧ୍ୟ ମସଜିଦ ଖୋଲିବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

ମୁଖପାତ୍ର ଜଣକ କହିଛନ୍ତି, ରାଜ୍ୟରେ ଦେଖାଦେଇଥିବା କରୋନା ସଂକ୍ରମଣ ପରିସ୍ଥିତିର ତର୍ଜମା କରାଯାଉଛି ତେଣୁ ସୋମବାରଠାରୁ ଧାର୍ମିକ ସ୍ଥଳ ଖୋଲା ରଖିବା ସମ୍ଭବ ନୁହେଁ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିସ୍ଥିତି ସ୍ୱାଭାବିକ ହେଲେ ଧାର୍ମିକ ସ୍ଥଳ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ମାର୍ଚ୍ଚରେ ଲକ ଡାଉନ ଲାଗୁ ହେବା ପରଠାରୁ ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ପ୍ରାୟ ୩୦% କ୍ୟାଥୋଲିକ୍ ଜନସଂଖ୍ୟାପୂର୍ଣ୍ଣ ଅଂଚଳରେ ଚର୍ଚ୍ଚଗୁଡିକ ବନ୍ଦ ରହିଛି। ସେବେଠାରୁ ଅନେକ ଧର୍ମଯାଜକ ଅନଲାଇନରେ ଜନତାଙ୍କୁ ସମ୍ବୋଧନ କରୁଛନ୍ତି। ଇଷ୍ଟର ଏବଂ ଅନ୍ୟାନ୍ୟ ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଥିଲା। ଅନ୍ୟପକ୍ଷରେ ସମ୍ପ୍ରଦାୟ ତଥା ସମାଜର ସଦସ୍ୟଙ୍କ ସୁରକ୍ଷା ପାଇଁ ଗୋଆରେ ସମସ୍ତ ମସଜିଦ ଖୋଲିବାକୁ ଜୁନ୍ ୩୦, ୨୦୨୦ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories