www.samajalive.in
Sunday, December 14, 2025
16.1 C
Bhubaneswar

ସଂଗରୋଧ କେନ୍ଦ୍ରରେ ଶିଶୁକନ୍ୟାର ମୃତ୍ୟୁ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଖୁଦପେଜ ପଞ୍ଚାୟତର ଚଲାନପଡା ସଂଗରୋଧ କେନ୍ଦ୍ର-୨ ରେ ଶନିବାର ଜଣେ ୬ ବର୍ଷର ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଯାଇଛି। ଖଡିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଝୋଲପଥର ଗ୍ରାମର ଡାକ୍ତର କାଲସେ ଏବଂ ଜ୍ୟୋତ୍ସା କାଲସେଙ୍କର ଶିଶୁ କନ୍ୟା ବର୍ଷା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଡାକ୍ତର କାଲସେ ତାଙ୍କ ପତ୍ନୀ ଏବଂ ନିଜର ୪ ପୁଅଝିଅଙ୍କୁ ନେଇ ଆନ୍ଧ୍ରପ୍ରଦେଶକୁ ଇଟା ଗଢିବାକୁ ଯାଇଥିଲେ। ଲକଡାଉନ ପରେ ପରେ ସରକାରଙ୍କ ପ୍ରବାସୀ ଶ୍ରମିକ ପଞ୍ଜିକରଣରେ ସେମାନେ ତାଙ୍କ ପଞ୍ଚାୟତରେ ପଞ୍ଜିକରଣ କରିଥିଲେ। ସରକାରଙ୍କ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଗତ ୪ ତାରିଖ ଦିନ ଆନ୍ଧ୍ରପ୍ରଦେଶରୁ ଡାକ୍ତର କାଲସେଙ୍କ ପରିବାର ଆସି ବଲାଙ୍ଗୀର ଠାରେ ୫ ତାରିଖ ସକାଳ ସମୟରେ ପହଞ୍ଚିଥିଲେ। ସେଠାରୁ ନୂଆପଡା ଜିଲା ପ୍ରଶାସନର ଏକ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କୁ ଜିଲାର ଖଡିଆଳକୁ ଅଣାଯାଇଥିଲା। ଖଡିଆଳ ଠାରେ ପଞ୍ଜିକରଣ ପରେ ସେମାନଙ୍କୁ ୫ ତାରିଖ ଅପରାହ୍ନ ୪ଘଣ୍ଟା ସମୟରେ ଖୁଦପେଜ ପଞ୍ଚାୟତର ଚଲାନପଡା ସଂଘରୋଧ କେନ୍ଦ୍ର-୨ରେ ଅଣାଯାଇଥିଲା। ହେଲେ ପୂର୍ବରୁ ଡାକ୍ତର କାଲସେଙ୍କ ଶିଶୁକନ୍ୟାଙ୍କୁ ଝାଡା ଏବଂ ଜ୍ୱର ହେଉଥିବା ବେଳେ ସଂଘରୋଧ କେନ୍ଦ୍ର ପହଞ୍ଚିବା ପରେ ଅଧିକ ହୋଇଥିଲା। ଏନେଇ ବାପା ଡାକ୍ତର କାଲସେ ଦାୟୀତ୍ୱରେ ଥିବା ଅଧିକାରୀ, ଜନ ପ୍ରତିନିଧିଙ୍କୁ ଜଣାଇ ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ। ହେଲେ ଶିଶୁକନ୍ୟାଙ୍କୁ ଚିକିତ୍ସା କରାଯାଇନଥିଲା। ଶୁକ୍ରବାର ସଂଧ୍ୟା ସମୟରେ ସ୍ୱାସ୍ଥ୍ୟକର୍ମୀ ଆସି ଔଷଧ ଦେଇଥିଲେ। ହେଲେ ଶନିବାର ଭୋର ପ୍ରାତଃ ୪ ଘଣ୍ଟା ସମୟରେ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ବାପା ଡାକ୍ତର କାଲସେ ଏବଂ ମାଆ ଜ୍ୟୋତ୍ସା କାଲସେ ଚିକିତ୍ସା ଅବହେଳା କାରଣରୁ ତାଙ୍କର ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀ ଚରଣ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ଶିଶୁଟି ଅପପୃଷ୍ଟିର ଶିକାରରେ ପଡି ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟବିଭାଗ ଶିଶୁକନ୍ୟାଟିର କୋଭିଡ ସ୍ୱାବ ଟେଷ୍ଟ ମଧ୍ୟ କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଶିଶୁକନ୍ୟାଙ୍କୁ ହରାଇଥିବା ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଝୋଲପଥର ଗ୍ରାମବାସୀ ଦାବି କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories