www.samajalive.in
Saturday, December 13, 2025
18.1 C
Bhubaneswar

ମାତା ସୀତାଙ୍କ ପ୍ରତି ଅଶାଳୀନ ଟିପ୍ପଣୀ; ଜଣେ କର୍ମଚାରୀଙ୍କୁ ବରଖାସ୍ତ କଲା ‘ଗୋ ଏୟାର’

ନୂଆଦିଲ୍ଲୀ: ମାତା ସୀତାଙ୍କ ପ୍ରତି ଅଶାଳୀନ ଟିପ୍ପଣୀ କରିବା ବିମାନ ଚଳାଚଳ ସଂସ୍ଥା ଗୋ ଏୟାର ଓ ଏହାର ଜଣେ କର୍ମଚାରୀଙ୍କ ପାଇଁ ମହଙ୍ଗା ହୋଇଛି । ଟ୍ବିଟରରେ ଲୋକମାନେ ଗୋ-ଏୟାର ଉପରେ ଏହାକୁ ନେଇ ପ୍ରବଳ ବର୍ଷିଛନ୍ତି। ଏପରିକି ‘ବୟକଟ୍ ଗୋ ଏୟାର’ ଟ୍ବିଟରରେ ଟ୍ରେଣ୍ଡ ଆରମ୍ଭ ହୋଇ ଯାଇଥିଲା। ଶେଷରେ ଗୋ ଏୟାର କର୍ତ୍ତୃପକ୍ଷ ସମ୍ପୃକ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଛି। ତାଙ୍କର ସେବା ଗୋ ଏୟାର ନିମନ୍ତେ ଆଉ ଆବଶ୍ୟକ ନାହିଁ ବୋଲି ସଂସ୍ଥା ଜଣାଇ ଦେଇଛି ।

- Advertisement -

ମାତା ସୀତାଙ୍କ ଉପରେ ଗୋ ଏୟାରର ଜଣେ କର୍ମଚାରୀ ଆସିଫ୍ ଖାନ୍ ଅଶାଳୀନ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଅନେକ ଟ୍ବିଟର ୟୁଜର ଆସିଫ୍ ଖାଁ ଗୋ-ଏୟାର କର୍ମଚାରୀ କି ନୁହେଁ ଜାଣିବାକୁ ଚାହିଁଥିଲେ । କେବଳ ସେତିକି ନୁହେଁ ଯଦି ଆସିଫ୍ ଖାଁଙ୍କୁ ଗୋ ଏୟାର କରିଥିବା ଅପରାଧ ନିମନ୍ତେ ବହିଷ୍କାର ନ କରେ ତେବେ ଲୋକମାନେ ଗୋ-ଏୟାରକୁ ବହିଷ୍କାର କରିବେ ଏବଂ ହିନ୍ଦୁ ଧର୍ମ ପ୍ରତି ଘୃଣାଭାବକୁ ପ୍ରୋତ୍ସାହିତ କରୁଥିବା ଧରାଯିବ ବୋଲି ଟ୍ବିଟରରେ ଟ୍ରେଣ୍ଡ ଆରମ୍ଭ ହୋଇ ଯାଇଥିଲା ।

ଏହାପରେ ଗୋ ଏୟାର ଆସିଫ ଖାଁଙ୍କୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛି । ନିଜ ଟ୍ବିଟର ହ୍ୟାଣ୍ଡଲରେ ଗୋ ଏୟାର ଲେଖିଛି ଯେ – ଗୋ ଏୟାର ଜିରୋ ଟଲରେନ୍ସ ପଲିସୀରେ ବିଶ୍ବାସ କରେ । ସମସ୍ତ ଗୋ ଏୟାର କର୍ମଚାରୀଙ୍କ ନିମନ୍ତେ ନିଯୁକ୍ତି ନିୟମ, କାଇଦାକାନୁନ ସମାନ । ଏଥିରେ ସାମାଜିକ ଗଣମାଧ୍ୟମ ମଧ୍ୟ ସାମିଲ । ଏହାର ପାଳନ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ।  କୌଣସି ବ୍ୟକ୍ତିର ନିଜସ୍ବ ବିଚାର ସହ କମ୍ପାନୀର କୌଣସି ସମ୍ପର୍କ ନାହିଁ । ଟ୍ରେନି ଫାଷ୍ଟ ଅଫିସର ଆସିଫ୍ ଖାଁଙ୍କ ଚୁକ୍ତି ତୁରନ୍ତ ଶେଷ କରି ଦିଆଯାଉଛି ବୋଲି ଗୋ ଏୟାର ସୂଚନା ଦେଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories