www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାର ସୋନୁ ସୁଦ୍‍ ସବ୍ୟସାଚୀ; ବେଙ୍ଗାଲୁରୁରୁ ଏକ ପରିବାରକୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଲେ

ଭୁବନେଶ୍ୱର: ବଲିଉଡ଼ ଅଭିନେତା ସୋନୁ ସୁଦ୍‍ଙ୍କ ପରେ ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଲେ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର। ପୂର୍ବରୁ କେବଳ ରାଜ୍ୟ ଭିତରେ ଥିବା ଲୋକଙ୍କୁ ସାହାଯ୍ୟ କରୁଥିବା ସବ୍ୟସାଚୀ ଏବେ ରାଜ୍ୟ ବାହାରେ ଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି। ବେଙ୍ଗାଲୁରୁରେ ଫସି ରହିଥିବା ଏକ ଓଡ଼ିଆ ପରିବାରଙ୍କୁ ସେ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଛନ୍ତି।

ସୂଚନା ଅନୁସାରେ, ବଲାଙ୍ଗୀର ଟିକରାପଡ଼ାର ବାସିନ୍ଦା ପ୍ରଦୀପ ତାଣ୍ଡି ବେଙ୍ଗାଲୁରୁରେ ଏକ ଭାଟିରେ କାମ କରି ୭ ଜଣ ପରିବାର ଲୋକଙ୍କ ମୁହଁରେ ଦାନା ଦେଉଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଭାଟି ମାଲିକ ତାଙ୍କୁ କାମରୁ ତଡ଼ି ଦେଲେ। ସପ୍ତାହେ ତଳେ ମା’ ପକ୍ଷପାତର ଶିକାର ହେଲେ। ଏଭଳି ସ୍ଥିତିରେ ଘର ଭଡ଼ା ଦେଇ ନ ପାରିବାରୁ ଘରମାଲିକ ବି ତଡ଼ିଦେଲା। ଫଳରେ ବାଧ୍ୟ ହୋଇ ରୋଗିଣା ମା’ଙ୍କୁ ଧରି ଷ୍ଟେସନ୍‌କୁ ଆସିଥିଲେ ପ୍ରଦୀପ। କିନ୍ତୁ ସେଠାରେ ପୋଲିସ ବସିବାକୁ ଦେଲାନି। ଏଣୁ ରାତିସାରା ଖୋଲା ଆକାଶ ତଳେ ସେମାନେ ପଡ଼ିରହିଲେ।

- Advertisement -

ମେ ୩୧ ତାରିଖରେ ସୋସିଆଲ ମିଡିଆରୁ ପ୍ରଦୀପଙ୍କ ଦୁଃଖ କାହାଣୀ ଶୁଣିବା ପରେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ସବ୍ୟସାଚୀ। ପକ୍ଷାଘାତ ଯୋଗୁ ମା’ ବସ୍‌ କି ଟ୍ରେନ୍‌ରେ ଆସିବା ସମ୍ଭବ ନଥିବାରୁ ତାଙ୍କ ପାଇଁ ବିମାନରେ ଟିକେଟ୍‌ ବୁକ୍‌ କରିଥିଲେ। କିନ୍ତୁ ଜୁନ୍‌ ୧ ଓ ୨ ପାଇଁ ଟିକେଟ୍‌ ଫାଙ୍କା ନ ଥିବାରୁ ଜୁନ୍‌ ୩ରେ ସେମାନଙ୍କ ପାଇଁ ବୁକ୍‌ ହୋଇଥିଲା ଟିକେଟ୍‌। ଏହି ୩ ଦିନ ସେମାନଙ୍କ ରହିବା ପାଇଁ ବେଙ୍ଗାଲୁରୁରେ ଏକ ଲଜ୍‌ ବୁକ୍‌ କରିଥିଲେ ସବ୍ୟସାଚୀ। ବୁଧବାର ପ୍ରଦୀପ ତାଙ୍କ ପରିବାରକୁ ନେଇ ବିମାନରେ ଭୁବନେଶ୍ୱର ଫେରିଛନ୍ତି।

ଓଡ଼ିଶା ମାଟିରେ ପାଦ ଦେବା ପରେ ସବ୍ୟସାଚୀ ଭାଇଙ୍କ ଯୋଗୁ ଫେରିବା ସମ୍ଭବ ହେଲା ବୋଲି ପ୍ରଦୀପ କହିଛନ୍ତି। ସବ୍ୟସାଚୀ ଭଗବାନଙ୍କ ଭଳି ତାଙ୍କୁ ସାହାଯ୍ୟ କଲେ। ତାଙ୍କର ଏହି ସାହାଯ୍ୟକୁ ସେ ଜୀବନ ସାରା ମନେ ରଖିବେ ବୋଲି କହିଛନ୍ତି।

ଏନେଇ ସବ୍ୟସାଚୀ କହିଛନ୍ତି ଯେ ଜଣେ ଫଟୋଗ୍ରାଫରଙ୍କ ଟ୍ଵିଟ୍‌ରୁ ମୁଁ ପ୍ରଦୀପଙ୍କ ଦୁର୍ଦ୍ଦଶା ବିଷୟରେ ଜାଣିବାକୁ ପାଇଥିଲି। ଏହି ଘଟଣା ଶୁଣିବା ପରେ ହିଁ ମୁଁ ତାଙ୍କୁ ସାହାଯ୍ୟ କରିବି ବୋଲି ମନସ୍ଥ କରିଥିଲି। ଭଗବାନଙ୍କ ଦୟାରୁ ସବୁ କିଛି ଭଲରେ ଭଲରେ ହୋଇଗଲା।

https://youtu.be/8CaQWNdbS3M

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories