www.samajalive.in
Thursday, December 11, 2025
16.1 C
Bhubaneswar

ଚାରୋଟି କ୍ୟାମେରା ଏବଂ ଜବରଦସ୍ତ ଡିସପ୍ଲେ ସହ ଖୁବଶୀଘ୍ର ବଜାର ପ୍ରବେଶ କରିବ ଆଇଫୋନ୍-୧୨

ନୂଆଦିଲ୍ଲୀ : ଆପଲର ଆଗାମୀ ଫୋନ ଆଇଫୋନ୍-୧୨କୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ହୋଇଆସୁଥିବାବେଳେ ସୋମବାର ଏହାର ମୂଲ୍ୟ ଏବଂ ଫିଚର୍ସ ସହ ଜଡିତ ସମସ୍ତ ରିପୋର୍ଟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲିକ୍ ହୋଇଛି। ଏହି ସମୟରେ, ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆଇଫୋନ୍-୧୨ପ୍ରୋର ଡିଜାଇନ୍ ଦେଖିବାକୁ ମିଳିଛି।
ଆଇଫୋନ୍-୧୨ପ୍ରୋରେ ଏକ୍ସଡିଆର ଡିସପ୍ଲେ ସହିତ ଚାରିଟି କ୍ୟାମେରା ରହିବ। ଆହୁରି ମଧ୍ୟ, ଉପଭୋକ୍ତାମାନେ ଏହି ଡିଭାଇସରେ ୫ଜି ସଂଯୋଗ ଏବଂ ଏ-୧୪ ବାୟୋନିକ୍ ଚିପସେଟ ପାଇପାରିବେ। ଏହାବ୍ୟତୀତ, ଆଇଫୋନ୍ ୧୨ ପ୍ରୋ ନେଭି ବ୍ଲୁ ରଙ୍ଗ ବିକଳ୍ପ ସହିତ ବଜାରକୁ ଆସିପାରେ। ତେବେ କମ୍ପାନୀ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ଆଇଫୋନ୍-୧୨ ପ୍ରୋ ଲଞ୍ଚର ତାରିଖ ଘୋଷଣା କରିନାହିଁ।
ଆଇଫୋନ୍-୧୨ ଆଶା କରାଯାଉଥିବା ମୂଲ୍ୟ
ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଆପଲ୍ ଏହି ସର୍ବଶେଷ ସିରିଜର ପ୍ରାରମ୍ଭିକ ମୂଲ୍ୟ ୭୫ହଜାର ଟଙ୍କା ରଖିବ। କିନ୍ତୁ ଏହି ଫୋନର ପ୍ରକୃତ ମୂଲ୍ୟ ଏବଂ ଫିଚର୍ସଗୁଡିକୁ କୌଣସି ସଠିକ୍ ସୂଚନା ମଳିପାରିନାହିଁ।
ଖବର ଅନୁଯାୟୀ, ଏହି ଫୋନରେ କମ୍ପାନୀ ୬.୭-ଇଞ୍ଚ କିମ୍ବା ୬.୧-ଇଞ୍ଚ ଏଚଡି ଡିସପ୍ଲେ ଦେବ। ଆହୁରି ମଧ୍ୟ, ଏହି ଫୋନରେ ଏ-୪୧ବାୟୋନିକ୍ ପ୍ରୋସେସର୍ ପାଇପାରିବ, ଯାହା ଏ-୩୧ ଚିପସେଟ ଅପେକ୍ଷା ବହୁତ ଶୀଘ୍ର କାମ କରିବ। ଉପଭୋକ୍ତାମାନେ ଏହି ଫୋନରେ ଏକ ନୂତନ ଅପରେଟିଂ ସିଷ୍ଟମ୍ ପାଇପାରିବେ। ଅନ୍ୟପକ୍ଷରେ, ଲିକ୍ ହୋଇଥିବା ଚିତ୍ରରେ ଏହି ଫୋନର ପଛ ପ୍ୟାନେଲରେ ଚାରୋଟି କ୍ୟାମେରା ଦିଆଯାଇଛି। ଏହା ବ୍ୟତୀତ କମ୍ପାନୀ ସଂଯୋଗ ପାଇଁ ଏହି ଫୋନରେ ୫ଜି କିମ୍ବା ୪ଜି ଏଲଟିଇ, ବ୍ଲୁଟୁଥ୍, ୱାଇ-ଫାଇ, ଜିପିଏସ୍ ଏବଂ ସ୍ୱତନ୍ତ୍ର ସେନ୍ସର ରହିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories