www.samajalive.in
Thursday, December 11, 2025
16.1 C
Bhubaneswar

ଦେଶର ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ ନିମନ୍ତେ ୨୦ ହଜାର କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ: ମୋଦୀ ସରକାରର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ଶେଷ ହୋଇଛି । ଏହି ଅବସରରେ ଦ୍ବିତୀୟ ବର୍ଷର ପ୍ରଥମ କ୍ୟାବିନେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବିଶେଷ ଭାବରେ ଧାନ ଓ ୧୪ ଖରିଫ ଫସଲର ସହାୟକ ମୂଲ୍ୟ ବୃଦ୍ଧି ସହ ଏମ୍ଏସ୍ଏମ୍ଇ (ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ) ସଂକ୍ରାନ୍ତରେ ଏକ ବଡ଼ ଘୋଷଣା କରାଯାଇଛି । ଏମ୍ଏସ୍ଏମ୍ଇର ପୁନରୁଦ୍ଧାର ନିମନ୍ତେ ୨୦ ହଜାର କୋଟି ଟଙ୍କାର ଏକ ବୃହତ୍ ଯୋଜନା ସରକାର ହାତକୁ ନେଇଛନ୍ତି ।

- Advertisement -

କ୍ୟାବିନେଟ୍ ପରେ ତିନି ମନ୍ତ୍ରୀ ନୀତିନ ଗଡ଼କରି, ନରେନ୍ଦ୍ର ସିଂହ ତୋମାର ଓ ପ୍ରକାଶ ଜାଭେଦକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର କ୍ୟାବିନେଟ୍ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗର ପରିଭାଷା ବଦଳାଇବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।  ଏହା ସହିତ ଏମଏସଏମଇ ପାଇଁ ଇକ୍ଵିଟି ଯୋଜନାକୁ ମଧ୍ୟ  ମଞ୍ଜୁରୀ ମିଳିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଏମଏସଏମଇ ପାଇଁ ୫୦ ହଜାର କୋଟି ଟଙ୍କାର ଇକ୍ଵିଟି ନିବେଶର ଘୋଷଣା କରାଯାଇଛି। ଏମଏସଏମଇର କାରବାର ସୀମାକୁ ୫ କୋଟି କରାଯାଇଛି। ଏଥିରେ କମ୍ପାନୀ ବଜାରରେ ନିଜକୁ ତାଲିକାଭୁକ୍ତ କରାଇ ଅର୍ଥ ରୋଜଗାର କରି ପାରିବ। ଦେଶରେ ୬ କୋଟିରୁ ଅଧିକ ଏମଏସଏମଇର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେଣୁ ସରକାର ଏହି ସେକ୍ଟରର ଗୁରୁତ୍ଵକୁ ବୁଝି ଅର୍ଥ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ୫୦ କୋଟି ଟଙ୍କାର ନିବେଶ କରାଯାଉଥିବା ଶିଳ୍ପକୁ ଏମ୍ଏସ୍ଏମ୍ଇ ମଧ୍ୟରେ ଗଣା ଯିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ସେହିପରି ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ସଂସ୍ଥା ଏମ୍ଏସ୍ଏମ୍ଇ ଭାବରେ ଗଣାଯିବ । ଏହାଦ୍ବାରା ଦେଶରେ ନିଯୁକ୍ତି ବଢ଼ିବ । ଏଥିପାଇଁ ସରକାର ୪ହଜାର କୋଟି ଟଙ୍କାର ଡ଼ିଷ୍ଟ୍ରେସ ଫଣ୍ଡର ମଞ୍ଜୁରୀ ଦେଇଛନ୍ତି ।

ବନ୍ଦ ହୋଇ ପଡ଼ିଥିବା ଏମ୍ଏସ୍ଏମ୍ଇର ପୁନରୁଦ୍ଧାର ନିମନ୍ତେ ୨୦ ହଜାର କୋଟିର ବୃହତ୍ ଯୋଜନା କରାଯାଇଛି । ଦେଶର ୪୯% ଉତ୍ପାଦନ ଏହିପରି ଏମ୍ଏସ୍ଏମ୍ଇ ଦ୍ବାରା ହିଁ ହୋଇଥାଏ । ତେଣୁ ସେମାନଙ୍କର ଆର୍ଥିକ ବିକାଶ ଜରୁରୀ ବୋଲି କୁହାଯାଇଛି । ସେହିପରି ରାସ୍ତା କଡ଼ର ଷ୍ଟ୍ରୀଟ୍ ଭେଣ୍ଡରମାନଙ୍କୁ ୧୦ ହଜାର ଟଙ୍କା ଋଣ ପ୍ରଦାନ କରାଯିବ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories