www.samajalive.in
Sunday, December 14, 2025
16.1 C
Bhubaneswar

ଅପରେସନ୍ ସମୁଦ୍ର ସେତୁ : ଶ୍ରୀଲଙ୍କାରେ ଫଶି ରହିଥିବା ୭୦୦ ଭାରତୀୟଙ୍କୁ ଆଣିବା ପାଇଁ କଲୋମ୍ବୋରେ ପହଞ୍ଚିଲା ଆଇଏନ୍ଏସ୍ ‘ଜଳାଶ୍ଵ’

ନୁଆଦିଲ୍ଲୀ : କରୋନା ମହାମାରୀ ସମୟରେ ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ବନ୍ଦେ ଭାରତ ମିଶନ ଏବଂ ଅପରେସନ ସମୁଦ୍ର ସେତୁ ଆରମ୍ଭ କରିଥିଲେ । ବନ୍ଦେ ଭାରତ ମିଶନରେ ବିମାନରେ ଏବଂ ଅପରେସନ ସମୁଦ୍ର ସେତୁ ମାଧ୍ୟମରେ ସେନା ଜାହାଜରେ ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ଭାରତ ଅଣାଯାଉଛି । ବର୍ତ୍ତମାନ ସୁଦ୍ଧା ଭାରତର ୪୦ ହଜାର ନାଗରିକ ଏହି ଦୁଇ ମିଶନ ସାହାଯ୍ୟରେ ଭାରତରେ ପହଞ୍ଚି ସାରିଛନ୍ତି ।  ଏହି କ୍ରମରେ ଅପରେସନ ସମୁଦ୍ର ସେତୁର ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଲଙ୍କାରେ ଫଶି ରହିଥିବା ୭୦୦ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆଇଏନ୍ଏସ୍ ‘ଜଳାଶ୍ଵ’ କଲୋମ୍ବୋରେ ପହଞ୍ଚିଛି । ଆଜି ଜାହାଜଟି ୭୦୦ ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଆସିବ । ଆଇଏନ୍ଏସ୍ ‘ଜଳାଶ୍ଵ’ କଲୋମ୍ବୋରୁ ଭାରତୀୟଙ୍କୁ ନେଇ ତାମିଲନାଡୁର ଟୁଟିକୋରିନ ଆସିବ ।


ସୂଚନାଯୋଗ୍ୟ ଭାରତୀୟ ନୌବାହିନୀ ଇତିମଧ୍ୟରେ ସମୁଦ୍ର ସେତୁ ଅଭିଯାନ ଜରିଆରେ ମାଲେରୁ ୧ ହଜାର ୪୮୮ ଜଣ ଭାରତୀୟଙ୍କୁ କୋଚିରେ ପହଂଚାଇସାରିଛି। ଏହି ପର୍ଯ୍ୟାୟରେ ସମୁଦ୍ର ସେତୁ ଅଭିଯାନ ପାଇଁ ଶ୍ରୀଲଙ୍କା ଓ ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟଙ୍କୁ ଫେରାଇ ଅଣାଯିବ । ଅଧିକାରୀମାନେ ଫେରିବାକୁ ଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି। ଶ୍ରୀଲଙ୍କାରୁ ଭାରତୀୟ ଭାରତରେ ପହଞ୍ଚିବା ପରେ ଜାହାଜଟି ପୁଣିଥରେ ମାଳଦ୍ବୀପ ଯାଇ ଅବଶିଷ୍ଟ ଭାରତୀୟଙ୍କୁ ଭାରତ ଫେରାଇ ଆଣିବ । ସେମାନଙ୍କର ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ। ଫେରିବା ପରେ ଭାରତୀୟ ନାଗରିକମାନଙ୍କୁ ନିଜ ନିଜର ରାଜ୍ୟ କର୍ତୃପକ୍ଷଙ୍କ ଜିମା ଦିଆଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories