www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ଲକଡାଉନର କରୁଣ ଚିତ୍ର : ଘରକୁ ଫେରିବା ପାଇଁ ପଞ୍ଜିକରଣ ହୋଇଥିଲା, ହେଲେ ଶବ ଆସିଲା

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ହଜାର ହଜାର ଲୋକ ଓଡିଶା ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ଏହି ଦାଦନ ମାନେ ନିର୍ଯ୍ୟାତନାର ଶିକାର ହେବା ସହିତ ଅନେକ ମୃତ୍ୟୁବରଣ କରୁଛନ୍ତି। ସରକାର ଦାଦନ ରୋକିବାକୁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଏହା କୌଣସି ସୁଫଳ ମିଳୁନଥିବା ଦେଖିବାକୁ ମିଳୁଛି। ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମର ଜଣେ ଦାଦନ ଶ୍ରମିକ ଲକ୍‍ଡାଉନ ପାଇଁ ତେଲେଙ୍ଗାନାରେ ଫସି ରହିଥିବା ବେଳେ ସେ ଘରକୁ ଫେରିବା ପାଇଁ ନିଜ ନାମ ପଞ୍ଜିକରଣ କରିଥିଲେ ମାତ୍ର ଗାଁକୁ ଫେରିବା ପୂର୍ବରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି।

ଖବରରୁ ଜଣାପଡିଛି ଭରୁଆମୁଣ୍ଡା ଗ୍ରାମର ବାଲେଶ୍ୱର ମାଝୀ(୨୨) ନାମକ ଜଣେ ଯୁବକ ଗତ ସେପ୍ଟେମ୍ବର ମାସରେ ଦାଦନ ଖଟିବାକୁ ତେଲେଙ୍ଗାନା କାମାରେଡ୍ଡୀ ଜିଲାକୁ ଯାଇଥିଲେ। ସେଠାରେ ସେ ଗୋଟିଏ ଇଟାଭାଟି କମ୍ପାନୀରେ ରହି କାମ କରୁଥିଲେ। ଗତ ୨୯ ତାରିଖରେ ସେ ଟ୍ରାକ୍ଟର ଚଳାଇ ଯାଉଥିବାବେଳେ ତାଙ୍କର ଦୁର୍ଘଟଣା ଘଟିବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି। ଏନେଇ ସେଠାକାର ଡୋମାକାଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତକଙ୍କ କାକା ତପେଶ୍ୱର ମାଝୀ ଏବଂ ବେଣୁଧର ମାଝୀ ତେଲେଙ୍ଗାନାରୁ ମୃତ ଶରୀରକୁ ସାଙ୍ଗରେ ଧରି ରବିବାର ଗ୍ରାମରେ ପହଞ୍ଚିବାପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ମୃତକର ବାପା ବହୁଦିନ ପୂର୍ବେ ମୃତ୍ୟୁବରଣ କରିଥିବା ବେଳେ ଘରେ ତାଙ୍କର ମାଆ ସୁମତୀ ମାଝୀ ଅଛନ୍ତି। ଏକମାତ୍ର ପୁଅକୁ ହରାଇ ସୁମତୀ ଅସହାୟ ହୋଇପଡିଥିବା ବେଳେ ତାଙ୍କର ବୁକୁଫଟା କ୍ରନ୍ଦନରେ ସମଗ୍ର ଅଂଚଳ ସ୍ତବ୍ଧ ହୋଇପଡିଛି। ଗ୍ରାମବାସୀଙ୍କ ସହଯୋଗରେ ମୃତକଙ୍କ ଶବ ସତ୍କାର କାର୍ଯ୍ୟ ଶେଷ କରାଯାଇଅଛି। ମୃତକଙ୍କ ବିଧବା ମାଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ତାଙ୍କୁ ବିଧବା ଭତା ଦେବା ସହିତ ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ କରାଇଦେବାକୁ ରେଙ୍ଗାଲି ପଂଚାୟତର ପୂର୍ବତନ ସମିତି ସଭ୍ୟ ଯୁଗେଶ୍ୱର ପୁଟା ଦାବି କରିଛନ୍ତି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories