www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରଘଟ ହେବନି କରୋନା ଆକ୍ରାନ୍ତଙ୍କ ପରିଚୟ: ହାଇକୋର୍ଟ

କଟକ : କରୋନା ସଂକ୍ରମିତଙ୍କ ବାବଦରେ ଓଡିଶା ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇକୋର୍ଟଙ୍କ ରାୟ ଅନୁସାରେ କୌଣସି ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ । କାରଣ ଆକ୍ରାନ୍ତଙ୍କ ପରିଚୟ ପଦାକୁ ଆସିଲେ ସାମାଜିକ ନିନ୍ଦାର ଭୟ ରହିଥିବା ହାଇକୋର୍ଟ କହିଛନ୍ତି ।

ଯଦି କରୋନାରେ ଆକ୍ରାନ୍ତ ହୋଇ କୌଣସି ବ୍ୟକ୍ତି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, କିମ୍ବା କୌଣସି କ୍ୱାରେଣ୍ଟିନ୍‌ ସେଣ୍ଚରେ ରହୁଥାନ୍ତି ତାଙ୍କ ପରିଚୟ ବାହାରେ ପ୍ରଘଟ କରାଯାଇପାରିବ ନାହିଁ। ଏପରିକି ସରକାରୀ ବିଭାଗରେ ତଥ୍ୟ ଆଦାନପ୍ରଦାନରେ ବି ଆକ୍ରାନ୍ତଙ୍କ ନାମ ଗୋପନ ରଖାଯିବ। ଏହାସହ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ବି କରୋନା ସଂକ୍ରମିତଙ୍କ ପରିଚୟ ଦିଆଯାଇପାରିବ ନାହିଁ । କରୋନା ଆକ୍ରାନ୍ତଙ୍କ ତଥ୍ୟ ବାହାରେ ପ୍ରଘଟ ଉପରେ ହୋଇଥିବା ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏ ଜନସ୍ବାର୍ଥ ମାମଲା ସମ୍ପର୍କିତ ପରବର୍ତ୍ତୀ ଶୁଣାଣି ଜୁନ୍‌ ୪ ତାରିଖରେ ହେବ ବୋଲି ଜଣାପଡିଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories