www.samajalive.in
Saturday, December 6, 2025
16.1 C
Bhubaneswar

ବିବାହ ପାଇଁ ନୂଆ ସର୍ତ୍ତ : ରାଜ୍ୟ ବାହାରକୁ ଗଲେ ବର, କନ୍ୟା ସମେତ ପୁରା ବରଯାତ୍ରୀ ଦଳ ରହିବେ କ୍ବାରେନଣ୍ଟାଇନରେ

ନୂଆଦିଲ୍ଲୀ : ଅନେକ ବିବାହ ଉତ୍ସବ ଲକଡାଉନ୍ କାରଣରୁ ସ୍ଥଗିତ ରଖାଯାଇଥିବାବେଳେ କିଛି ଲୋକ ସେମାନଙ୍କର ଶୁଭ ସମୟକୁ ଦୃଷ୍ଟିରେ ରଖି ସମାରୋହର ଆୟୋଜନ କରୁଛନ୍ତି। ବର୍ତ୍ତମାନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିବାହ ପାଇଁ ଏକ ନୂତନ ସର୍ତ୍ତ ଲାଗୁ କରାଯାଇଛି।

ଯଦି ବିବାହ ଉତ୍ସବ ପାଇଁ କୌଣସି ବରଯାତ୍ରୀ ଦଳ ରାଜ୍ୟ ବାହାରକୁ ଯାଉଛନ୍ତି ତେବେ ବର ଓ କନ୍ୟା ସମେତ ପୁରା ବରଯାତ୍ରୀ ଦଳ ହୋମ୍ କ୍ବାରେନଣ୍ଟାଇନରେ ରହିବେ। ୧୪ ଦିନ ପର୍ଯ୍ୟନ୍ତୁ ସେମାନଙ୍କୁ ହୋମ୍ କ୍ବାରେନଣ୍ଟାଇନରେ ରହିବାକୁ ପଡିବ। ସେମାନଙ୍କ ମଧ୍ୟରୁ ଯଦି କାହାର ସ୍ବାସ୍ଥ୍ୟାବସ୍ଥା ଖରାପ ହୁଏ ତେବେ​‌ ତୁରନ୍ତ ତା’ର କରୋନା ପରୀକ୍ଷା କରାଯିବ। ନେଗେଟିଭ୍ ଆସିଲେ ଛାଡି ଦିଆଯିବ ଏବଂ ପଜିଟିଭ୍ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ହରିୟାଣାର କର୍ଣ୍ଣଲରେ ଏହି ନିୟମ ଲାଗୁ ହୋଇଛି।

- Advertisement -

ବିବାହ ପାଇଁ ରାଜ୍ୟ ବାହାରକୁ ଯିବାକୁ ହେଲେ ହରିୟାଣା ପୋର୍ଟାଲ ଏବଂ ସମ୍ପୃକ୍ତ ଜିଲ୍ଲାର ଏସଡିଏମଙ୍କ ଠାରୁ ଅନୁମତି ନେବାକୁ ପଡିବ। ଏଥିପାଇଁ ଏକ ଲିଖିତ ଆକାରରେ ଏକ ଆଫିଡେଭିଟ୍ ମଧ୍ୟ ନିଆଯିବ। ଯାତ୍ରା ପାଇଁ ତିନି ଜଣଙ୍କୁ ଏକ କାରରେ ଯିବାକୁ ଅନୁମତି ଦିଆଯାଇଛି। ଏପରି ପରିସ୍ଥିତିରେ ଯଦି ୧୨ ଜଣ ବ୍ୟକ୍ତି ରାଜ୍ୟ ବାହାରକୁ ଯାଉଛନ୍ତି, ତେବେ ସେମାନଙ୍କ ପାଇଁ ୪ଟି ଗାଡିର ଅନୁମତି ନେବାକୁ ପଡ଼ିବ। ଅନୁମତି ଫର୍ମରେ ଗାଡି ନମ୍ବର ଏବଂ ଡ୍ରାଇଭରଙ୍କ ମୋବାଇଲ୍ ନମ୍ବର ଏବଂ ଯାତ୍ରୀମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ନିଆଯିବ। ବିନା ଅନୁମତିରେ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯଦି ବରଯାତ୍ରୀ ରାଜ୍ୟର ଅନ୍ୟ ଏକ ଜିଲ୍ଲାକୁ ଯାଉଛି, ତେବେ ଅନୁମତିର ଆବଶ୍ୟକତା ନାହିଁ। କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପଡିବ। ଜିଲ୍ଲା ଭିତରେ ଆୟୋଜିତ ବିବାହ ସମାରୋହରେ ୨୦ ଜଣଙ୍କୁ ଯୋଗ ଦେବାକୁ ଅନୁମତି ଦିଆଯାଇଛି। କେବଳ ବିବାହ ନୁହେଁ, ଅନ୍ତେ୍ୟଷ୍ଟି କ୍ରିୟାରେ ମଧ୍ୟ ସମାନ ନିୟମ ଲାଗୁ ହେବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories