ମୁମ୍ବଇ : ଅଭିନେତା ହ୍ରିତିକ ରୋଶନଙ୍କ ଭଉଣୀ ପଶ୍ଚିମା ଆଗାମୀ ଦିନରେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପଶ୍ଚିମାଙ୍କ ଅସାଧାରଣ ପ୍ରତିଭା ସମ୍ପର୍କରେ ହ୍ରିତିକ ଟ୍ବିଟ କରିବା ପରେ ଏ ନେଇ ଚର୍ଚା ଆରମ୍ଭ ହୋଇଛି। ହ୍ରିତିକ ପଶ୍ଚିମାଙ୍କୁ ନେଇ ଗର୍ବିତ ଲେଖିବା ସହ ବହୁତ ଭଲ ମଣିଷ ବୋଲି କହିଛନ୍ତି। ହ୍ରିତିକ ଆହୁରି ଲେଖିଛନ୍ତି ଯେ ସେ ଯେଉଁଠିକୁ ଯିବ ତାଙ୍କର ଅସାଧାରଣ ପ୍ରତିଭା, ବ୍ୟବହାରରେ ସେଠାରେ ଆଲୋକିତ କରିବ। ପଶ୍ଚିମାଙ୍କ ମଧ୍ୟରେ ଏତେ ପ୍ରତିଭା କେଉଁଠୁ ଆସିଲା ବୋଲି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ତାଙ୍କ ପରିବାରରେ ପଶ୍ଚିମା ଆସିଥିବାରୁ ହ୍ରିତିକ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ରଂଗମଞ୍ଚରେ କାମ କରିବାର ଅଭିଜ୍ଞତା ପଶ୍ଚିମାଙ୍କର ରହିଛି। ସେ ହ୍ରିତିକଙ୍କ ଦାଦା ତଥା ମ୍ୟୁଜିକ କମ୍ପୋଜର ରାଜେଶ ରୋଶନଙ୍କ ଝିଅ।
Popular Categories



