www.samajalive.in
Friday, December 12, 2025
15.1 C
Bhubaneswar

ପଙ୍ଗପାଳ ଦମନ: ବ୍ରିଟେନରୁ ସ୍ପ୍ରେୟର କିଣିବ କେନ୍ଦ୍ର, ଡ୍ରୋନ୍ ଓ ହେଲିକପ୍ଟର ସହାୟତା ନିଆଯିବ

ସମାଜ ପୋର୍ଟାଲ ଡେସ୍କ: ଉତ୍ତର ଭାରତରେ ଫସଲ କ୍ଷତି କରୁଥିବା ପଙ୍ଗପାଳ ନିୟନ୍ତ୍ରଣ ପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ବ୍ରିଟେନରୁ ଉଚ୍ଚ ଶକ୍ତି ସମ୍ପନ୍ନ ୧୫ଟି କୀଟନାଶକ ଔଷଧ ସିଞ୍ଚନ ଯନ୍ତ୍ର କ୍ରୟ କରିବ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଭାରତ-ପାକ୍ ସୀମାବର୍ତ୍ତୀ ଅଞ୍ଚଳରୁ କୌଣସି ନୂତନ ପଙ୍ଗପାଳ ପ୍ରବେଶ ସମ୍ପର୍କରେ ସୂଚନା ନାହିଁ। ତେବେ ପଙ୍ଗପାଳ ନିୟନ୍ତ୍ରଣ ନେଇ ରାଜ୍ୟ କୃଷି ବିଭାଗ ଏବଂ ସୀମା ସୁରକ୍ଷା ବଳ ସହିତ ଯୋଗାଯୋଗରେ ରହିଛି କେନ୍ଦ୍ର କୃଷି ମନ୍ତ୍ରାଳୟ।

- Advertisement -

ଇତି ମଧ୍ୟରେ ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କିଛି ଜିଲ୍ଲାରେ ପଙ୍ଗପାଳ ଦେଖା ଦେଇଥିବାରୁ ସେଠାରେ ନିୟନ୍ତ୍ରଣ କାର୍ଯ୍ୟ ଚାଲିଥିବା କୃଷି ମନ୍ତ୍ରଣାଳୟ କହିଛି। କୃଷି ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟକୁ ସମୀକ୍ଷା କରି ତୋମାର କହିଛନ୍ତି ଯେ ସରକାର ପରିସ୍ଥିତିର ମୁକାବିଲା କରୁଛନ୍ତି। ରାଜସ୍ଥାନ, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ପ୍ରଭାବିତ ରାଜ୍ୟଗୁଡିକ କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି ଏବଂ ସେହିସବୁ ପ୍ରଦେଶରେ ପଙ୍ଗପାଳ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ମେସିନ୍ ଯୋଗାଣ ନିଶ୍ଚିତ କରିବାକୁ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୫ ଦିନ ମଧ୍ୟରେ ବ୍ରିଟେନରୁ ୧୫ଟି ସ୍ପ୍ରେ ମେସିନ ଆସିବ ଓ ମାସକ ମଧ୍ୟରେ ଆହୁରି ୪୫ଟି ମେସିନ କ୍ରୟ କରାଯିବ।

ପଙ୍ଗପାଳର ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ସାହାଯ୍ୟରେ ଉଚ୍ଚ ଗଛ ଗୁଡିକରେ କୀଟନାଶକ ସ୍ପ୍ରେ କରାଯିବ ସହ ଆକାଶମାର୍ଗରୁ ସିଞ୍ଚନ ପାଇଁ ହେଲିକପ୍ଟର ସହାୟତା ନେବାକୁ ଯୋଜନା ହୋଇଥିବା ସେ କହିଛନ୍ତି। କୀଟନାଶକ ସ୍ପ୍ରେ କରିବା ପାଇଁ ଡ୍ରୋନ ବ୍ୟବହାର ପାଇଁ ଟେଣ୍ଡର ମାଧ୍ୟମରେ ଦୁଇଟି ସଂସ୍ଥା ଚୂଡାନ୍ତ ହୋଇଥିବା ତୋମାର କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories