www.samajalive.in
Wednesday, December 10, 2025
23.1 C
Bhubaneswar

ଦେଶୀ ଲୁକ୍‌ରେ ବିଦ୍ୟା ବାଲାନ୍‌ ; ସର୍ଟଫିଲ୍ମ ‘ନଟ୍‌ଖଟ୍‌’ ଫାଷ୍ଟ ପୋଷ୍ଟକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା

ମୁମ୍ବାଇ: ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ୍‌। ତାଙ୍କ ଦ୍ବାରା ପ୍ରଯୋଜିତ ପ୍ରଥମ ସର୍ଟଫିଲ୍ମ ‘ନଟ୍‌ଖଟ୍‌’, ଏହାର ପ୍ରଯୋଜନା ସାଙ୍ଗକୁ ସେ ନିଜ ଅଭିନୟ ମଧ୍ୟ କରିଛନ୍ତି। ନିକଟରେ ‘ନଟ୍‌ଖଟ’ର ଫାଷ୍ଟ ଲୁକ୍‌ ମୁକ୍ତିଲାଭ କରିଛି, ଯାହା ସୋସିଆଲ୍‌ ମିଡ଼ିଆରେ ଏବେ ଭାଇରାଲ୍‌ ହୋଇଛି। ତାଙ୍କର ସର୍ଟଫିଲ୍ମ ‘ନଟ୍‌ଖଟ୍‌’ର ପୋଷ୍ଟରକୁ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି ବିଦ୍ୟା। ନିଜ ଇଷ୍ଟାଗ୍ରାମ୍‌ ଏକାଉଣ୍ଟରେ ଶେୟାର୍‌ କରିଥିବା ଏହି ଫଟୋ କ୍ୟାପ୍‌ସନରେ ପ୍ରଯୋଜକ ଏବଂ ଅଭିନେତ୍ରୀ ଭାବେ ଏହା ମୋର ପ୍ରଥମ ସର୍ଟଫିଲ୍ମର ଫାଷ୍ଟ ଲୁକ୍‌କୁ, ଯାହାକୁ ଆପଣଙ୍କ ପାଇଁ ଉପସ୍ଥାପନ କରୁଛି ବୋଲି ଲେଖିଛନ୍ତି। ତାଙ୍କର ଦ୍ବାରା ପ୍ରଯୋଜିତ ଓ ଅଭିନୀତ ସର୍ଟଫିଲ୍ମ ‘ନଟ୍‌ଖଟ୍‌’ର ପୋଷ୍ଟରରେ ବିଦ୍ୟାଙ୍କୁ ଦେଶୀ ଲୁକ୍‌ରେ ଦେଖିବାକୁ ମିଳିଛି। ସେହି ଫଟୋରେ ବିଦ୍ୟା ଜଣେ କୋମଳମତି ପିଲାର କେଶ ମାଲିସ କରୁଛନ୍ତି। କିନ୍ତୁ ତାଙ୍କର ଧ୍ୟାନ ଅନ୍ୟ କେଉଁଠି ଥିବା ଭଳି ମନେ ହେଉଛି। ଏହି ସର୍ଟଫିଲ୍ମ ‘ନଟ୍‌ଖଟ୍‌’ର ନିର୍ଦେଶନା ଦେଇଛନ୍ତି ଶାନ ବ୍ୟାସ । ପ୍ରଯୋଜନା ଦାୟିତ୍ୱରେ ବିଦ୍ୟାଙ୍କ ସହ ରୋନି ସ୍କ୍ରିଉୱାଲା ମଧ୍ୟ ରହିଛନ୍ତି। ବିଦ୍ୟାଙ୍କୁ ଶେଷ ଥର ପାଇଁ ସିଲଭର ସ୍କ୍ରିନ୍‌ରେ ‘ମିସନ୍‌ ମଙ୍ଗଲ’ରେ ଦେଖିବାକୁ ମିଳିଥିଲା। ବିଦ୍ୟା ବାଲାନ୍‌ଙ୍କୁ ବାୟୋପିକ୍‌ ଫିଲ୍ମ ମାଥ୍‌ମାଟିସିଆନ୍‌ ଶକୁନ୍ତଳା ଦେବୀରେ ମଧ୍ୟ ଦେଖିବାକୁ ମିଳିବ। ତେବେ ବିଦ୍ୟା ବାଲାନ୍‌ଙ୍କ ସର୍ଟଫିଲ୍ମ ‘ନଟ୍‌ଖଟ୍‌’ ଏବଂ ଇଷ୍ଟାଗ୍ରାମ୍‌ ଫଟୋକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories