www.samajalive.in
Friday, December 12, 2025
27.1 C
Bhubaneswar

ଗରିବ ପରିବାରକୁ ମାସିକ ୭୫୦୦ଟଙ୍କା ଦେବା ପାଇଁ କଂଗ୍ରେସର ଦାବି

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ଭଳି ଦୁର୍ଦ୍ଦିନ ସମୟରେ ସାଧାରଣ ଗରିବ ଲୋକକୁ ପ୍ରତ୍ୟେକ୍ଷ ଭାବେ ଆର୍ଥିକ ସହାୟତା ସ୍ୱରୂପ ଆସନ୍ତା ୬ ମାସ ପାଇଁ ମାସକୁ ୭୫୦୦ ଟଙ୍କା ବ୍ୟାଙ୍କ ଖାତାକୁ ପଠାଇବା ପାଇଁ କଂଗ୍ରେସ ଦଳ ଦାବି କରିଛି। ଏହାଛଡା ସେମାନଙ୍କୁ ତୁରନ୍ତ ୧୦ ହଜାର ଟଙ୍କା ପ୍ରଦାନ ଓ ପ୍ରବାସୀ ଶ୍ରମିକମାନଙ୍କୁ ଯାତ୍ରା ସମୟରେ ଖାଦ୍ୟ, ପାନୀୟ ବ୍ୟବସ୍ଥା କରି ସେମାନଙ୍କୁ ଘରେ ପହଂଚାଇବା ପାଇଁ ବ୍ୟବସ୍ଥା କରିବାକୁ କଂଗ୍ରେସ ଦଳ ଦାବି ରଖିଛି।

ନିଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଷ୍ପତି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସାରା ଦେଶରେ “ସ୍ପିକ୍‍ ଅପ୍‍ ଇଣ୍ଡିଆ” କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ୍‍ – ୧୯ ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ଯେଉଁ ଚାପ ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ତାହା ଓଡିଶାରେ ସାମଗ୍ରୀକ ଭାବେ ସଫଳ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍‍ ବିବୃତିରେ କହିଛନ୍ତି। କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ନାମରେ ଯେଉଁ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ତାହାକୁ ଡ. ଜ୍ଞାନେନ୍ଦ୍ର ସମାଲୋଚନା କରିବା ସହ ଖରିଫ ଫସଲ ପାଇଁ ସରକାର ତୁରନ୍ତ ବିହନ, କୀଟନାଶକ ଓ ଶ୍ରମିକମାନଙ୍କୁ ମଜୁରୀ ଯୋଗାଇ ଦେବା ପାଇଁ କଂଗ୍ରେସ ଦଳ ଦାବି କରିଛି। ଏଥିସହ ଯାତ୍ରା କଳାକାର, ପାଲା କଳାକାର, ସଂକୀର୍ତନ କଳାକାର ଓ ଗ୍ରାମାଂଚଳରେ ଲୋକକଳାରେ ସଂପୃକ୍ତ ଥିବା ପରିବାରଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଡ. ଜ୍ଞାନେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories