www.samajalive.in
Friday, December 12, 2025
27.1 C
Bhubaneswar

ସେକ୍ସ ରାକେଟ୍: ହୋଟେଲ କୋଠରୀରୁ ୫ ଯୁବତୀଙ୍କ ସହ ମୁମ୍ବାଇ ଆୟକର ଅଧିକାରୀ ଗିରଫ

ହାଇଦ୍ରାବାଦ: ମୁମ୍ବାଇର ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ହାଇଦ୍ରାବାଦର ଏକ ହୋଟେଲରୁ ୫ ଜଣ ଯୁବତୀଙ୍କ ସହ ଗିରଫ କରିଛି ପୁଲିସ । ତାଙ୍କ ବିରୋଧରେ ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ ଆସିଛି । ସମ୍ପୃକ୍ତ ଅଧିକାରୀଙ୍କ ନାମ ହେଉଛି ନାଗେନ୍ଦର ଭୁକ୍ୟା ଓ ସେ ମୁମ୍ବାଇରେ ଆୟକର ବିଭାଗର ସହକାରୀ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଏହି ହୋଟେଲ ଉପରେ ଚଢ଼ଉ କରିଥିଲା ଏବଂ ସେତେବେଳେ ନାଗେନ୍ଦର ଏକ କୋଠରୀରେ ଥିଲେ ଯେଉଁଠାରେ କି ଆଉରି ୫ ଜଣ ଯୁବତୀ ରହିଥିଲେ ।

ପୁଲିସର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ହାଇଦ୍ରାବାଦର କିଛି ବଡ଼ ବଡ଼ ହୋଟେଲରେ ଲକ୍ଡ଼ାଉନ କାଳରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ତଦନ୍ତ ଜାରି ରହିଥିଲା । ଏସ୍ଆର୍ ନଗର ପୁଲିସ ନିକଟରେ ଏକ ନିର୍ଦିଷ୍ଟ ହୋଟେଲରେ ଦେହ ବ୍ୟବସାୟ ନିମନ୍ତେ ଯୁବତୀମାନେ ପହଞ୍ଚିଥିବା ସୂଚନା ମିଳିବା ପରେ ସାଦା ପୋଷାକରେ ସେମାନେ ସେଠାରେ ପହଞ୍ଚିଥିଲେ ।

- Advertisement -

ହୋଟେଲର ନିରାପତ୍ତାରକ୍ଷୀ ପୁଲିସକୁ ଭିତରକୁ ଯିବାକୁ ଦେଇ ନ ଥିଲେ । ମାତ୍ର ସେମାନେ ଯେତେବେଳେ ପୁଲିସ ବୋଲି ପରିଚୟ ପାଇଲେ ସେତେବେଳେ ବାଟ ଛାଡ଼ି ଦେଇଥିଲେ । ବିଭିନ୍ନ କୋଠରୀ ତଲାସୀ ବେଳେ ନାଗେନ୍ଦରଙ୍କ ନାମରେ ବୁକ୍ ହୋଇଥିବା କୋଠରୀ ଭିତରୁ ବନ୍ଦ ଥିବା ପୁଲିସ ଦେଖିଥିଲା । ପୁଲିସ କବାଟ ଖୋଲିବା ପାଇଁ ଯେତେବେଳେ କହିଥିଲା, ସେତେବେଳେ ଭିତରୁ କିଛି ଶବ୍ଦ ଆସି ନ ଥିଲା । ବାଧ୍ୟ ହୋଇ ପୁଲିସ କବାଟ ଭାଙ୍ଗିଦେବ ବୋଲି ଯେତେବେଳେ କହିଲା ସେତେବେଳେ କବାଟ ଖୋଲା ଯାଇଥିଲା । କୋଠରୀ ଭିତରେ ନାଗେନ୍ଦର ଭୁକ୍ୟା ଏକ ଚୌକିରେ ବସିଥିଲେ ଓ ସେହି କୋଠରୀରେ ଆହୁରି ୫ ଜଣ ଯୁବତୀ ରହିଥିଲେ ।

ନାଗେନ୍ଦର ପ୍ରଥମେ ନିଜ ପରିଚୟ ପ୍ରକାଶ କରି ନ ଥିଲେ । ପରେ ପୁଲିସ ଚାପ ଆଗରେ ସେ ହାର ମାନିଥିଲେ ଓ ଆୟକର କମିଶନର ଭାବରେ ମୁମ୍ବାଇରେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ଯୁବତୀଙ୍କ ସହ ନାଗେନ୍ଦରଙ୍କୁ ପୁଲିସ ଗିରଫ କରିଛି ।

ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନାଗେନ୍ଦର ଏକ ସେକ୍ସ ରାକେଟ ଚଳାଉଥିଲେ । ଦେଶର ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ଆଣି ଏହି କାର୍ଯ୍ୟରେ ଲଗାଉଥିଲେ । ପୁଲିସର ଜଣେ କର୍ମଚାରୀ ଗ୍ରାହକ ହୋଇ ସେମାନଙ୍କୁ ଯୋଗାଯୋଗ କରିଥିଲା ଓ ସେଥିରୁ ଏହି ରହସ୍ୟ ପଦାକୁ ଆସିଥିଲା ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories