ସ୍ଥାୟୀ ଜମା ସୁଧହାର କମାଇଲା ଏସ୍ବିଆଇ
ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ)ଏହାର ବିଭିନ୍ନ ଅବଧି ବିଶିଷ୍ଟ ସ୍ଥାୟୀ ଜମା ଖାତାର ସୁଧହାରରେ ହ୍ରାସ ଘଟାଇଛି । କରୋନା ଭୂତାଣୁ ଯୋଗୁଁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ ପୂର୍ବରୁ ବ୍ୟାଙ୍କ ସ୍ଥାୟୀ ଜମା ଖାତାରେ ଯେତିକି ସୁଧହାର ପ୍ରଦାନ କରୁଥିଲା ଏବେ ସେଥିରେ ୪୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ନୂଆ ସୁଧହାର ବୁଧବାରଠାରୁ ଲାଗୁ ହୋଇଛି। ଏହାଫଳରେ ୭ଦିନଠାରୁ ଆରମ୍ଭ କରି ୪୫ ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ଗ୍ରାହକ ପୂର୍ବର ୩.୩% ପରିବର୍ତ୍ତେ ୨.୯% ସୁଧହାର ପାଇବେ। ସେହିଭଳି ୧ ବର୍ଷରୁ ୩ ବର୍ଷ ମଧ୍ୟରେ ଅବଧି ପାଇଁ ସ୍ଥାୟୀ ଜମା ସୁଧ ହାର ୫.୫%ର ୫.୧%କୁ ହ୍ରାସ ଘଟିଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରରେ ୪୦ ବେସିସ୍ ପଏଣ୍ଟ ହ୍ରାସ ଘଟାଇଥିଲା। ଏହି ଅନୁକ୍ରମରେ ଆଜି ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସୁଧହାରରେ ହ୍ରାସ ଘୋଷଣା କରାଯାଇଛି।
Comments are closed.