www.samajalive.in
Friday, December 12, 2025
23.1 C
Bhubaneswar

ଜି.ଆର୍‌. ଛିନ୍ତାଲା ନାବାର୍ଡ ଅଧ୍ୟକ୍ଷ

ମୁମ୍ବଇ: ଜି.ଆର୍‌. ଛିନ୍ତାଲା ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏହାପୂର୍ବରୁ ସେ ନାବାର୍ଡର ସହଯୋଗୀ ସଂସ୍ଥା ନାବ୍‌ଫିନ୍‌ର ପରିଚାଳନା ନିର୍ଦେଶକ ରହିଥିଲେ । ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ଜଣେ ସ୍ନାତୋକୋତ୍ତର ଭାବେ ଶ୍ରୀ ଛିନ୍ତାଲା ପ୍ରଥମେ ନାବାର୍ଡରେ ଜଣେ ଅଧିକାରୀ ଭାବେ ଯୋଗଦେଇଥିଲେ । ସେ ନାବାର୍ଡର ମୁଖ୍ୟାଳୟ ମୁମ୍ବଇ ସମେତ ହାଇଦ୍ରାବାଦ, ଚଣ୍ଡିଗଡ, ଲକ୍ଷ୍ନୌ, ଆଣ୍ଡାମାନ ନିକୋବର ଦୀପପୁଞ୍ଜ, ନୂଆଦିଲ୍ଲୀ ଏବଂ ବେଙ୍ଗାଲୁରୁଠାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି । ଏହାଛଡା ଛିନ୍ତାଲା ହାଇଦ୍ରାବାଦ ସ୍ଥିତ ଏଗ୍ରି ବିଜ୍‌ନେସ୍‌ ଫାଇନାନ୍ସ ଲିମିଟେଡ୍‌ ଉପସଭାପତି ଏବଂ ଲକ୍ଷ୍ନୌସ୍ଥିତ ବ୍ୟାଙ୍କର୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ଡେଭଲପମେଣ୍ଟ (ବାର୍ଡ) ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories