www.samajalive.in
Monday, December 8, 2025
24.1 C
Bhubaneswar

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଘରୋଇ ହସ୍ପିଟାଲ କରୋନାର ମାଗଣା ଚିକିତ୍ସା କରିବେନି କାହିଁକି

ନୂଆଦିଲ୍ଲୀ : ମାଗଣାରେ ସରକାରଙ୍କ ଠାରୁ ଜମି ପାଇଥିବା ଘରୋଇ ହସ୍ପିଟାଲଗୁଡିକ କରୋନା ରୋଗୀଙ୍କୁ କାହିଁକି ବିନା ମୂଲ୍ୟରେ ଚିକିତ୍ସା ଯୋଗାଇ ଦେବେ ନାହିଁ ତାହା ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଦାନ ପ୍ରତିବଦଳରେ କରୋନା ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାରେ କ’ଣ ପ୍ରତିବନ୍ଧକ ରହିଛି ​‌ତାହା ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଛନ୍ତି। ସେବା ବା ଦାତବ୍ୟ ଅନୁଷ୍ଠାନ ନାମରେ ସରକାରଙ୍କ ଠାରୁ ମାଗଣାରେ ଜମି ପାଇଥିବା ଘରୋଇ ହସ୍ପିଟାଲଗୁଡିକୁ ଚିହ୍ନଟ କରିବା ସହିତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବା ନେଇ ସେମାନଙ୍କର ଆଭିମୁଖ୍ୟ ଏକ ସପ୍ତାହ ମଧ୍ୟରେ ଜଣାଇବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ବ ପୀଠ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କହିଛନ୍ତି।

କରୋନା ସଂକ୍ରମିତଙ୍କ ଚିକିତ୍ସା ବାବଦରେ ଘରୋଇ ହସ୍ପିଟାଲଗୁଡିକ ଅହେତୁକ ଅର୍ଥ ଦାବି କରୁଥିବାବେଳେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରାଯାଇଥିଲା। ସଚିନ ଜୈନଙ୍କ ପକ୍ଷରୁ ଦାୟର ପିଟିସନ ଉପ​ରେ ଶୁଣାଣି କରି ସୁପ୍ରିମକୋର୍ଟ ଏପରି ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ମାଗଣାରେ ଜମି ପାଇଥିବା ଘରୋଇ ହସ୍ପିଟାଲଗୁଡିକ କରୋନା ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବା ଦରକାର। କରୋନା ମହାମାରୀକୁ ନେଇ ଦେଶବ୍ୟାପୀ ହାହାକାର ଦେଖାଯାଇଥିବାବେଳେ ଘରୋଇ ହସ୍ପିଟାଲଗୁଡିକ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଆପଣାଇ ନେଇଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲଗୁଡିକ ୧୦ରୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଏହି ଚିକିତ୍ସା ପାଇଁ କୌଣସି ଅ​‌େ​‌ସ୍ତ୍ରାପଚାରର ଆବଶ୍ୟକ ନଥିବାବେଳେ ଏତେ ପରିମାଣର ଅର୍ଥ ଦାବି କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଆବେଦନକାରୀ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories