www.samajalive.in
Saturday, December 6, 2025
26.1 C
Bhubaneswar

ନିଜ ଅଞ୍ଚଳରେ ପରୀକ୍ଷା ଦେବେ ସିବିଏସଇ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିଜ ସହର ଓ ଗାଁକୁ ଫେରିଯାଇଛନ୍ତି। ଏପରିସ୍ଥିତିରେ ସିବିଏସଇ ଛାତ୍ରଛାତ୍ରୀମାନେ ଯେଉଁଠାରେ ରହିଛନ୍ତି ତା’ର ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ। ଏ ସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଘୋଷଣା କହିଛନ୍ତି। ବୁଧବାର ମନ୍ତ୍ରୀ ପୋଖରିୟାଲ ଟ୍ବିଟରରେ ଘୋଷଣା କରିଛନ୍ତି ଯେ ଯେଉଁ ପିଲାମାନେ ସେମାନଙ୍କ ବୋର୍ଡ ପରୀକ୍ଷା କେନ୍ଦ୍ର ନିକଟରେ ଉପସ୍ଥିତ ନଥିବେ ସେମାନେ ଚାହିଁଲେ ନିଜ ଜିଲାର ନିକଟସ୍ଥ କେନ୍ଦ୍ରରେ ପରୀକ୍ଷା ଦେଇପାରିବେ। ଏହି ଘୋଷଣା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ଦେଇଛି। ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସମ୍ପର୍କରେ ସିବିଏସଇ ବୋର୍ଡ ପକ୍ଷରୁ ଜୁନ୍‌ ପ୍ରଥମ ସପ୍ତାହରେ ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇବ। ପିଲାମାନେ ଅନଲାଇନରେ ଆବେଦନ କରି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିପାରିବେ। ଏହା ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ସିବିଏସଇ ପିଲାମାନେ ନିଜ ସ୍କୁଲରେ ଅବଶିଷ୍ଟ ପରୀକ୍ଷା ଦେବେ। ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ପଡିବ ନାହିଁ। ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ଆଉ ୨୯ଟି ବିଷୟରେ ପରୀକ୍ଷା ହେବାକୁ ଅଛି। ଏହି ସବୁ ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories