www.samajalive.in
Monday, December 8, 2025
27.1 C
Bhubaneswar

ଷ୍ଟେସନ୍‌ରେ ପ୍ରବାସୀ ଶ୍ରମିକଙ୍କ କରୁଣ ଚିତ୍ର

ମୁଜାଫରପୁର : ପ୍ରବାସୀ ଶ୍ରମିକଙ୍କ ଦୈନ୍ୟର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ରେଳ ଷ୍ଟେସନ୍‌ରେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଚାର ପରେ ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜଣେ ମହିଳା ଶ୍ରମିକଙ୍କ ମୃତଦେହ ଷ୍ଟେସନ୍‌ରେ ପଡ଼ିରହିଥିବାବେଳେ ତାଙ୍କର ଛୋଟ ଶିଶୁଟି ମା’ ଶୋଇଥିବା ଭାବି ତାଙ୍କୁ ଉଠାଇବା ପାଇଁ ବାରମ୍ବାର ପ୍ରୟାସ କରୁଛି। ତାଙ୍କ ଶରୀରରେ ଘୋଡ଼ା ହୋଇଥିବା ଚଦରକୁ ଶିଶୁଟି ବାରମ୍ବାର ଟାଣୁଥିବାର ଭିଡିଓରେ ଦେଖାଯାଉଛି। ଦେଖଣାହାରୀଙ୍କ ନଜର ଏଥିପ୍ରତି ପଡ଼ୁଥିଲେ ମଧ୍ୟ ସେମାନେ ନ ଦେଖିଲା ପରି ଚାଲିଯାଉଥିବାର ଦୃଶ୍ୟ ଆହୁରି ବେଦନାଦାୟକ ହୋଇଛି। ଷ୍ଟେସନ୍‌ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଦୀର୍ଘ ସମୟ ପର୍ଯ୍ୟନ୍ତ ଧ୍ୟାନ ଦେଇ ନ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନାନୁଯାୟୀ, ମହିଳାଜଣକ ଅହମ୍ମଦାବାଦରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଆସି ଏଠାରେ ଓହ୍ଲାଇଥିଲେ। ଅପରପକ୍ଷରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ ସେ କଟିହାରକୁ ଟ୍ରେନ୍‌ରେ ଯାଉଥିବାବେଳେ ୨୫ତାରିଖରେ ଟ୍ରେନ୍‌ରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୁଜାଫରପୁରରେ ମୃତଦେହକୁ ଟ୍ରେନ୍‌ରୁ ଓହ୍ଲାଇ ଦିଆଯାଇଥିଲା। ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ଛାଡ଼ି ଚାଲିଯାଇଥିଲେ। ରେଳବାଇର ଏହି ସୂଚନା ପରେ ମୃତ ଶରୀରକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories