www.samajalive.in
Saturday, December 13, 2025
21.1 C
Bhubaneswar

ସିନ୍ଧେକେଲାରେ ଆଉ ୨ଜଣ କରୋନା ରୋଗୀ ଚିହ୍ନଟ : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ସିନ୍ଧେକେଲା/ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା କ୍ୱେରାଣ୍ଟାଇନ ସେଣ୍ଟରରୁ ପୁଣି ଆଉ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେବାରୁ ଅଞ୍ଚଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୮ ଜଣଙ୍କ ସ୍ୱାବ ନମୂନା ପଠାଯାଇଥିଲା। ସେମଧ୍ୟରୁ ଗତ ୨୩ରେ ୩ ଜଣଙ୍କ ରିପୋର୍ଟ ଆସିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ୨ଜଣଙ୍କ ନେଗେଟିଭ ଆସିଥିଲା। ବାକି ୫ ଜଣଙ୍କ ରିପୋର୍ଟ ଆଜି ଆସିଥିବା ବେଳେ ପୁଣି ୨ଜଣ ସେଭିତରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆଜି ତୁରନ୍ତ ଏମ୍ବୁଲେନ୍ସ ଯୋଗେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଲାଙ୍ଗିର ନିଆଯାଇ ସେଠାରୁ ଭୂବନେଶ୍ୱର ପଠାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ଆଉ ୨୪ ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ନିଆଯାଇଛି ତାହା ଏପର୍ଯ୍ୟନ୍ତ ରିପୋର୍ଟ ହସ୍ତଗତ ହୋଇନାହିଁ। ଆଜି ଚିହ୍ନଟ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ସିନ୍ଧେକେଲା ଓ ଅନ୍ୟ ଜଣେ ଭତାସର ଗ୍ରାମର ବୋଲି ଜଣାପଡିଛି।

ସେହିଭଳି ବଙ୍ଗୋମୁଣ୍ଡା ବ୍ଲକର ବିରିପାଲି ପଞ୍ଚାୟତରେ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ଖବର ମିଳିଛି। ଏହା ସହ ପୁରା ବ୍ଲକରେ କରୋନା ଚିହ୍ନଟ ସଂଖ୍ୟା ମୋଟ ୪ ରେ ପହଞ୍ଚିଛି। ବିରିପାଲି ପଞ୍ଚାୟତରେ କରୋନା ରୋଗୀ ଚିହ୍ନଟ ହେବା ପରେ ସରପଞ୍ଚ ମୋହନା ଜାଳ ୨୬ ତାରିଖ ସକାଳ ୭ଟା ରୁ ୨୮ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୩ ଦିନ ପାଇଁ ସଂପୂର୍ଣ୍ଣ ପଞ୍ଚାୟତକୁ ୧୪୪ ଧାରା ସହ ଜନତା ଘୋଷଣା କରିଛନ୍ତି। ଯାହା ଫଳରେ ସମସ୍ତ ଦୋକାନ ବଜାର ସହ ଦୁଇ ଓ ଚାରି ଚକିଆ ଯାନବାହାନ ଚଳାଚଳ ବନ୍ଦ ରହିବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories