www.samajalive.in
Friday, December 12, 2025
16.1 C
Bhubaneswar

ପୁଲିସ୍ ଭ୍ୟାନରେ ନବଜାତ ଶିଶୁ ଜନ୍ମ ଦେଲେ ମହିଳା

ଭୁବନେଶ୍ଵର : ପୁଲିସ ଭ୍ୟାନରେ ନବଜାତ ଶିଶୁ ଜନ୍ମ ଦେଲେ ମହିଳା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡାରୁ । ଝାରସୁଗୁଡା ପୁଲିସ ଭ୍ୟାନରେ ଜଣେ ମହିଳା ଏକ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି । ପୁଲିସ ଭ୍ୟାନରେ ଥିବା ମହିଳା ଆଇଆଇସି ସାବିତ୍ରୀ ବଳଙ୍କ ସହାୟତାରେ  ମହିଳା ଜଣଙ୍କର ଡେଲିଭରୀ କରାଯାଇଛି ।


ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରେ ଜଣେ ଗର୍ଭବତୀ ମହିଳା ଶ୍ରମିକ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏ ନେଇ ଟ୍ରେନକୁ ଝାରସୁଗୁଡାରେ ଅଟକାଯାଇ ଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ସେଠାରେ ଥିବା ପୁଲିସ ଆମ୍ବୁଲାନ୍ସକୁ ଅପେକ୍ଷା ନକରି  ମହିଳାଙ୍କୁ ଏକ ପୁଲିସ ଭ୍ୟାନ୍ ସହାୟତାରେ ମେଡିକାଲକୁ ନେଇଥିଲେ । ହେଲେ ମହିଳା ଜଣଙ୍କ ପ୍ରାୟ ୨୦୦ମିଟର ଗାଡ଼ିରେ ଯିବା ବାଟରେ ଭ୍ୟାନ୍‌ରେ ହିଁ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ଭ୍ୟାନ୍‌ରେ ଉପସ୍ଥିତ ଥିବା ଆଇଆଇସି ସାବିତ୍ରୀ ବଳଙ୍କ ସହାୟତାରେ ମହିଳାଙ୍କ ଡେଲିଭରୀ କରାଯାଇଥିଲା । ପରେ ଉଭୟ ମା’ ଓ ନବଜାତ ଶିଶୁକୁ ଝାରସୁଗୁଡ଼ା ଡିଏଚ୍‌ଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଉଭୟ ମା’ ଓ ଶୁଶୁ ସୁସ୍ଥ ଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ପୁଲିସ ଡିଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories