www.samajalive.in
Friday, December 12, 2025
27.1 C
Bhubaneswar

ଆସନ୍ତାକାଲିଠାରୁ ଗଡିବ ବସ୍ ଓ ଟ୍ୟାକ୍ସି, ରାଜ୍ୟରେ କରେନା ସ୍ଥିତି ନିୟନ୍ତ୍ରଣରେ ଅଛି : ଏସଆରସି

ଭୁବନେଶ୍ବର : ରାଜ୍ୟରେ ଆସନ୍ତାକାଲିଠାରୁ ଗଡିବ ବସ୍ ଓ ଟ୍ୟାକ୍ସି । ଗୀତ ଗୋବିନ୍ଦ ସଦନରେ କୋଭିଡ-୧୯ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଦୈନିକ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।

ବସରେ ଯେତିକ ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯିବେ । କେହି ଠିଆ ହୋଇ ଯାଇପାରିବେ ନାହିଁ । ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି । କରୋନା ଲକ୍ଷଣ ଥିଲେ ଯାତ୍ରୀ ବସରେ ଯାଇପାରିବେ ନାହିଁ । ଯାତ୍ରୀମାନେ ନିଜ ପାକରେ ଛୋଟ ସାନିଟାଇଜର ରକିବାକୁ କୁହାଯାଇଛି ।

- Advertisement -

ଅନ୍ୟପକ୍ଷରେ ରାଜ୍ୟରେ କରେନା ସ୍ଥିତି ନିୟନ୍ତ୍ରଣରେ ଅଛି, ,ଏହା ଚିନ୍ତାଜନକ ନୁହେଁ ବୋଲି ଏସଆରସି କହିଛନ୍ତି । ପ୍ରବାସୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ର ପରିଚାଳନାରେ ସରପଞ୍ଚ ଓ ଏସଏଚଜିର ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ଆଜି ତେଲଙ୍ଗାନାରୁ ୧୨ଟି ଟ୍ରେନରେ ୨୦ ହଜାରରୁ ଅଧିକ ପ୍ରବାସୀ ଆସୁଥିବା  ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି। ଯେଉଁ ପ୍ରବାସୀ ରାଜ୍ୟକୁ ଆସୁଛନ୍ତି ସୂଚନା ଦେଇ ଆସିବା ଉଚିତ ବୋଲି ସେ କହିଛନ୍ତି । ତେବେ ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇ ନ ପାରେ ବୋଲି ସେ କହିଛନ୍ତି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories