www.samajalive.in
Friday, December 12, 2025
27.1 C
Bhubaneswar

ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରେ ପହଁଚିଲେ ଓଡିଶା ଅଗ୍ନିଶମ ଓ ଓଡ୍ରାଫ ଦଳ

ସମାଜ ପୋର୍ଟାଲ ଡେସ୍କ: ସାମୁଦ୍ରିକ ବାତ୍ୟା ଅମ୍ଫନ ଦ୍ୱାରା ଅଧିକ ପ୍ରଭାବିତ ପଶ୍ଚିମବଙ୍ଗରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟ ସରକାର ସହାୟତା ସ୍ୱରୂପ ୩୦୦ ଅଗ୍ନିଶମ କର୍ମଚାରୀ ଏବଂ ୧୦ଟି ଓଡିଶା ବିପର୍ଯ୍ୟୟ ରାପିଡ ଆକ୍ସନ ଫୋର୍ସ ଓଡ୍ରାଫ ଦଳ ସମେତ ୫୦୦ ସଦସ୍ୟଙ୍କ ଏକ ଟିମ୍ ସେଠାକୁ ପଠାଇଛି। ଏକଥା ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି, “ଏହି ଅଦୃଶ୍ୟ ସଙ୍କଟ ସମୟରେ ଓଡ଼ିଶାବାସୀ ପଶ୍ଚିମବଙ୍ଗ ନିକଟରେ ଛିଡା ହୋଇଛନ୍ତି। ୩୦୦ ଅଗ୍ନିଶମ କର୍ମଚାରୀ ଏବଂ ୧୦ ଓଡ୍ରାଫ ଦଳଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ପଠାଯାଇଛି।

- Advertisement -

ଓଡିଶା ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗର ପ୍ରତିପକ୍ଷ ମମତା ବାନାର୍ଜୀଙ୍କ ସହ ଏ ନେଇ କଥା ହୋଇଥିଲେ ଏବଂ ଓ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଇଛା ବ୍ୟକ୍ତ କରିଥିଲେ। ଏହି ବାତ୍ୟାର ପଶ୍ଚିମବଙ୍ଗରେ ଅତି କମରେ ୮୬ ଜଣ ପ୍ରାଣ ହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ଟଙ୍କା ପ୍ରାଥମିକ ସହାୟତା ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ଘୋଷଣା କରିଥିଲେ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories