www.samajalive.in
Friday, December 12, 2025
23.1 C
Bhubaneswar

ରବିବାର ରାଶିଫଳ ୨୪। ୫। ୨୦୨୦

ମେଷ: ବନ୍ଧୁ ମିଳନ ଶୁଭଫଳଦାୟକ ହେବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଭ୍ରମଣ ଜନିତ ସୁଖ ମିଳିପାରେ। ଚେଷ୍ଟା ଫଳବତୀ ହେବ। ଧନ ଲାଭ ହୋଇପାରେ।
ବୃଷ: ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ମାନ୍ୟତା ପ୍ରାପ୍ତ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ଉଚ୍ଚ ପଦ-ପଦବୀ ମିଳିପାରେ। ସଙ୍ଗୀତପ୍ରିୟ, ସୁଶୀଳ ଓ ଧର୍ମପ୍ରିୟ ହେବେ।
ମିଥୁନ: ଆଳସ୍ୟ ଅନୁଭବ କରିବେ। ଶ୍ରେଷ୍ଠ ମାନ୍ୟତା ମିଳିପାରେ; ମାତ୍ର ପୁଣ୍ୟ ସହିତ ଧନକ୍ଷୟ ହେବାର ସୂଚନା ମିଳୁଛି। ସାମାନ୍ୟ ପରିମାଣର ଅର୍ଥ ମିଳିବ। ସ୍ୱାସ୍ଥ୍ୟ ଅତୁଟ ରହିବ।
କର୍କଟ: ସମ୍ମାନିତ ହେବେ। ନୀତିନିଷ୍ଠ ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ଘଟିବ। ମାନ୍ୟତା ପ୍ରାପ୍ତି ହୋଇପାରନ୍ତି। ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ସୃଷ୍ଟି ହୋଇଛି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଉଛି। ଶତ୍ରୁକୁ ପରାସ୍ତ କରି ବିଜ୍ଞତାର ପରିଚୟ ଦେବେ।
ସିଂହ: ଧନ-ଜନ-ଗୋପ-ଲକ୍ଷ୍ମୀ ସବୁ କିଛି ପ୍ରାପ୍ତ ହେବେ। ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।
କନ୍ୟା: ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଭାଗ୍ୟବାନ୍‍ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଧାର୍ମିକ ମନୋବୃତ୍ତିର ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବେ। ସନ୍ତୋଷ ମିଳିବ।
ତୁଳା: ଧନ-ସମ୍ପଦ ମିଳିବାର ସୁଯୋଗ ଅଛି। ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ତେଜୀୟାନ୍‍ ହେବେ। ବନ୍ଧୁଙ୍କ ଉପରେ ବିପଦ ଅଛି। ବାହୁରେ ପୀଡ଼ା ଉପୁଜି ପାରେ। ସୁଖ ମିଳିବ। ଭୋଗୀ ଓ ବିଳାସୀ ହେବେ।
ବିଛା: ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ମିଷ୍ଟାନ୍ନ ଭୋଜନ ମିଳିପାରେ। ସ୍ୱାଭିମାନୀ ହେବେ। ବଂଶର ମର୍ଯ୍ୟାଦା ବଢ଼ାଇପାରନ୍ତି। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ଶୁଭ କାର୍ଯ୍ୟ ସ୍ଥଗିତ ରଖିବେ।
ଧନୁ: ମନରେ ପ୍ରସନ୍ନତା ଦେଖା ଦେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କୃଷିରୁ ଲାଭ ମିଳିପାରେ। ବାଞ୍ଛିତ କାର୍ଯ୍ୟ କରିବାରେ ସକ୍ଷମ ହେବେ। ସୁଭାଷୀ ଓ ସୁମିତ୍ରଯୁକ୍ତ ହେବେ।
ମକର: ସତ୍ୟନିଷ୍ଠ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ। ପାରିବାରିକ ସୁଖ ମିଳିବ। ଛଳନା ପୂର୍ବକ କାର୍ଯ୍ୟ ହାସଲ କରିବେ।
କୁମ୍ଭ: ସୁଭାଷୀ ଓ ସୁ ବିଦ୍ୟାଯୁକ୍ତ ହୋଇପାରନ୍ତି। ଭୋଗ-ବିଳାସର ସୁଯୋଗ ଅଛି। ଉତ୍ତମ ବସ୍ତ୍ରାଦିଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। କାର୍ଯ୍ୟ କ୍ଷେତ୍ରରେ ନିଜ ଜିଦରେ ଅଟଳ ରହିବେ।
ମୀନ: ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବାର ସୂଚନା ମିଳୁଛି। ସତ୍‍କର୍ମରେ ବ୍ୟୟ କରିବାକୁ କୁଣ୍ଠା ପ୍ରକାଶ କରିପାରନ୍ତି। କାର୍ଯ୍ୟକ୍ଷେତ୍ର ଉତ୍ସାହଜନକ ହେବ। କୃଷି କର୍ମରେ ତତ୍ପର ହେବେ। ସୁସ୍ଥ ଓ ନିରାମୟ ରହିବେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories