www.samajalive.in
Tuesday, December 9, 2025
26.1 C
Bhubaneswar

ବ୍ରଏଲର ଦୋକାନୀକୁ ମରଣାନ୍ତକ ଆକ୍ରମଣ ଯୁବକ ଗିରଫ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ସୁନାରିପଶି ଗ୍ରାମର ଚନ୍ଦ୍ରଚନ୍ଦ୍ରମଣି ବେହେରା(୫୬) ନାମକ ଜଣେ ବ୍ରଏଲର ଦୋକାନୀକୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଚନ୍ଦ୍ରମଣିଙ୍କ ହାତ ଭାଙ୍ଗିଯିବା ସହ ଲୁହାରଡ ମାଡରେ ଗୁରୁତର ହୋଇ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ଖବରରୁ ପ୍ରକାଶ ଯେ, ସୁନାରିପଶି ଗ୍ରାମର ଚନ୍ଦ୍ରମଣି ବେହେରା ଗ୍ରାମରେ ଏକ ବ୍ରଏଲର ଦୋକାନ କରିଥିବା ବେଳେ ହରିଚନ୍ଦନପୁରର ଜନୈକ ବ୍ୟକ୍ତି ବହୁଦିନ ହେବ ତାଙ୍କୁ ବ୍ରଏଲର ଯୋଗାଇ ଦେଉଥିଲେ। ଗତ ଶୁକ୍ରବାର ହରିଚନ୍ଦନପୁରର ବ୍ୟବସାୟୀ ସୁନାରିପଶିରେ ଚନ୍ଦ୍ରମଣି ବେହେରାଙ୍କୁ କୁକୁଡା ଯୋଗାଇ ଦେଉଥିବା ବେଳେ ସେଠାରେ ଉପସ୍ଥିତ ଗ୍ରାମର ବସନ୍ତ ନାୟକ ବେପାରୀକୁ ଅଧିକ ଦର ନେଉଥିବା କହି ଗାଳିଗୁଲଜ କରିବାରୁ ଚନ୍ଦ୍ରମଣି ଏହାକୁ ବିରୋଧ କରିଥିଲେ। ସେହିଦିନ ଚନ୍ଦ୍ରମଣି ଦୋକାନ ବନ୍ଦ କରି ଗାଁ ରାସ୍ତାରେ ଘରକୁ ଫେରୁଥିବା ସମୟରେ ବସନ୍ତ ନାୟକ ଏକ ଲୁହା ରଡ ଧରି ଚନ୍ଦ୍ରମଣିଙ୍କୁ ଅତର୍କିତ ଆକ୍ରମଣ କରି ଗୁରୁତର କରିଥିଲେ। ଏନେଇ ପୁଲିସରେ ଅଭିଯୋଗ ହେବା ପରେ ଆଜି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ସୁନାରିପଶି ଗ୍ରାମରୁ ବସନ୍ତ ନାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories