www.samajalive.in
Sunday, December 7, 2025
13.1 C
Bhubaneswar

କେନ୍ଦୁପତ୍ର ତୋଳାଳିଙ୍କୁ ହାତୀ ଦଳିଦେଲା

ନାକଟଈଦେଉଳ : ସମ୍ବଲପୁର ଜିଲା ନାକଟୀଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବେଠିଆବେର୍ଣ୍ଣୀ ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧା କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ବେଠିଆବେର୍ଣ୍ଣୀ ଗ୍ରାମର ବିଶିକେଶନ ଦେହୁରୀଙ୍କ ପତ୍ନୀ ଦଇମତୀ ଦେହୁରୀ (୬୨)ବୋଲି ଜଣାପଡ଼ିଛି। ପ୍ରାପ୍ତ ଖବର ଅନୁସାରେ ଶନିବାର ସକାଳୁ ଦଇମତୀ ଗ୍ରାମର ଅନ୍ୟ ମହିଳା ମାନଙ୍କ ସହିତ ମିଶି ଗ୍ରାମ ଠାରୁ ପ୍ରାୟ ଦେଢ କିଲୋମିଟର ଦୂର କଣ୍ଟିଆଳୀ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ଜଙ୍ଗଲ ଭିତରେ ସମସ୍ତେ ଅଲଗା ଅଲଗା ହୋଇ ଭିନ୍ନ ଭିନ୍ନ ସ୍ଥାନରେ କେନ୍ଦୁପତ୍ର ତୋଳୁଥିବା ବେଳେ ଦଇମତୀ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଖସି ଯିବାକୁ ଉଦ୍ୟମ କରିବା ସମୟରେ ଦନ୍ତାଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦଇମତୀଙ୍କ ମୃତ୍ୟୁ ହୋଇଥିଲା।
ଜଙ୍ଗଲରୁ ଅନ୍ୟ କେନ୍ଦୁପତ୍ର ତୋଳାଳି ମାନେ ଘରକୁ ଫେରି ଆସିଥିବାବେଳେ ଦୀର୍ଘ ସମୟ ଧରି ଦଇମତୀ ନଫେରିବାରୁ ପରିବାର ଲୋକେ ତାଙ୍କୁ ଜଙ୍ଗଲକୁ ଖୋଜିବାକୁ ଯାଇ ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଖବର ପାଇ ନାକଟୀଦେଉଳ ଥାନା ଅଧିକାରୀ ଇସ୍ମାଇଲ ଏକ୍କା, ବନାଂଚଳାଧିକାରୀ ଅଶ୍ୱିନୀ କୁମାର ବେହେରା, ବାଟଗାଁ ଫରେଷ୍ଟର ଛବିଳ କୁମାର ପ୍ରଧାନ, ନାକଟୀଦେଉଳ ଫରେଷ୍ଟର ସୌମ୍ୟରଂଜନ ଖିଲାରୀ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ନାକଟୀଦେଉଳ ପୁଲିସ ମୃତ ଦଇମତୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ମୃତ ଦଇମତୀଙ୍କ ପରିବାରବର୍ଗକୁ ଶୀଘ୍ର ସରକାରୀ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories