www.samajalive.in
Friday, December 5, 2025
26.1 C
Bhubaneswar

ଏଲଏସିରେ ଭାରତ-ଚୀନ ସୈନ୍ୟ ମୁହାଁମୁହିଁ ହେବା ପରେ ଲଦାଖ ଗସ୍ତ କଲେ ସେନାମୁଖ୍ୟ ନରୱଣେ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହେବା ପରେ ସେନାମୁଖ୍ୟ ମନୋଜ ମୁକୁନ୍ଦ  ନରୱଣେ ଲଦାଖ ଗସ୍ତ କରିଛନ୍ତି। ସେ ଲେହସ୍ଥିତ ୧୪ କୋର୍‌ ମୁଖ୍ୟାଳୟ ଯାଇ ବିବାଦ ସୃଷ୍ଟି ହୋଇଥିବା ସମ୍ବେଦନଶୀଳ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ।

ସୂଚନାଯୋଗ୍ୟ, ଚୀନ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଏଲଏସିରେ ଭାରତୀୟ ସୈନିକମାନେ ଉତ୍ତେଜନାପୂର୍ଣ୍ଣ ମାହୋଲ ସୃଷ୍ଟି କରୁଛନ୍ତି ଏବଂ ସିକ୍କିମ ସେକ୍ଟରରେ ଏଲଏସି ଅତିକ୍ରମ କରୁଛନ୍ତି। ଭାରତୀୟ ସୈନିକଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯିବା ପରେ ସେନା ମୁଖ୍ୟ ନରୱଣେ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିଥିଲେ।​‌

- Advertisement -

ତେବେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବଢ଼ିବା ପରେ ଦୁଇ ପକ୍ଷର ସୈନିକମାନେ ଏହାକୁ ହ୍ରାସ କରିବା ଲାଗି ସଂଯମତା ପ୍ରଦର୍ଶନ କରିଥିଲେ। ଗତ ମେ ୫ ଏବଂ ୬ ତାରିଖରେ ପୋଙ୍ଗଙ୍ଗ୍‌ ହ୍ରଦ ନିକଟରେ ଭାରତୀୟ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହା ପରେ ଚୀନ ଏବଂ ଭାରତ ପକ୍ଷରୁ ସୀମାରେ ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories