www.samajalive.in
Saturday, December 13, 2025
26.1 C
Bhubaneswar

କାର୍ୟ୍ୟକାଳ ବଢ଼ାଇବାକୁ ଜୟ ଶାହା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହା ସୁପ୍ରିମକୋର୍ଟରେ ଏକ ପିଟିସନ୍‍ ଦାଖଲ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସୁପୁତ୍ର ଜୟ ଶାହା ବିସିସିଆଇ ସମ୍ପାଦକ ଭାବେ ତାଙ୍କ କାର୍ୟ୍ୟକାଳ ବଢ଼ାଇବା ପାଇଁ ଉକ୍ତ ପିଟସନରେ ଆବେଦନ କରିଛନ୍ତି। ଏହି ସନ୍ଦର୍ଭରେ ସୁପ୍ରିମକୋର୍ଟକୁ ଶାହା ଏକ ଇ-ମେଲ୍‍ ପଠାଇଛନ୍ତି। ୨୦୧୯ ଅକ୍ଟୋବରରେ ଜୟ ଶାହା ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିସିସିଆଇର ସମ୍ପାଦକ ନିର୍ବାଚିତ ହୋଇଥିଲେ। ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ନିର୍ବାଚିତ ହୋଇଥିଲେ।

ନିର୍ବାଚନ ବେଳେ ସମ୍ପାଦକ ଜୟ ଶାହା ଓ ସଭାପତି ସୌରଭ ଗାଙ୍ଗୁଲି ଜାଣିଥିଲେ ଯେ ଦୁହେଁ ପୂର୍ଣ୍ଣ କାର୍ୟ୍ୟକାଳ ପର୍ୟ୍ୟନ୍ତ ସେମାନଙ୍କ ପଦରେ ରହିପାରିବେ ନାହିଁ। ଲୋଧା କମିଟି ସୁପାରିସ ଅନୁସାରେ ବିସିସିଆଇର ନୂତନ ସମ୍ବିଧାନ ପ୍ରଣିତ ହୋଇଥିଲା। ଏହା ଅନୁସାରେ, ରାଜ୍ୟ କ୍ରିକେଟ୍‍ ଆସୋସିଏସନ୍‍ କିମ୍ବା ବିସିସିଆଇରେ ମିଳିତ ଭାବେ ୬ ବର୍ଷର କାର୍ୟ୍ୟକାଳ ପୂରଣ କରିସାରିବା ପରେ ଜଣେ କର୍ମକର୍ତ୍ତାଙ୍କୁ ପଦ ରିକ୍ତ କରିବାକୁ ପଡ଼ିବ ଏବଂ ତାଙ୍କୁ ୩ ବର୍ଷ କୁଲିଂ ଅଫ୍‍ ପିରିୟଡ୍‍ ମାନିବାକୁ ପଡ଼ିବ। ବିସିସିଆଇ ସମ୍ପାଦକ ହେବା ପୂର୍ବରୁ ଜୟ ଶାହା ୨୦୧୩ରୁ ଗୁଜରାଟ କ୍ରିକେଟ୍‍ ଆସୋସିଏସନ୍‍ର ଯୁଗ୍ମ ସମ୍ପାଦକ ଥିଲେ। ବିସିସିଆଇ ସଭାପତି ହେବା ପୂର୍ବରୁ ସୌରଭ ଗାଙ୍ଗୁଲି କ୍ରିକେଟ୍‍ ଆସୋସିଏସନ୍‍ ଅଫ୍‍ ବେଙ୍ଗଲ (ସିଏବି)ର ଯୁଗ୍ମସମ୍ପାଦକ ଏବଂ ପରେ ସଭାପତି ଭାବେ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories