www.samajalive.in
Saturday, December 13, 2025
21.1 C
Bhubaneswar

କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲା ସମେତ ମୟୂରଭଞ୍ଜ ଓ ଯାଜପୁର ଜିଲା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି। ବାତ୍ୟାଞ୍ଚଳରୁ ମିଳିଥିବା ପ୍ରାଥମିକ ରିପୋର୍ଟ ଭିତ୍ତିରେ ୧୨ଘଣ୍ଟା ଭିତରେ ରାସ୍ତାରୁ ଗଛ କାଟି ସଫା କରିବାକୁ ଲକ୍ଷ୍ୟ ରହିଛି। ରାସ୍ତାରେ ପଡ଼ିଥିବା ଗଛକଟା କାମ ଦ୍ରୁତ ଗତିରେ ଚାଲିଛି। ଯଥାଶୀଘ୍ର ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ଉଦ୍ୟମ ଚାଲିଛି। ତେବେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପ୍ରାରମ୍ଭିକ ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ଗଛ କାଟି ସଫା କରିବା ପାଇଁ ଆଜି ପ୍ରଭାବିତ ଜିଲାଗୁଡ଼ିକୁ ୩୬ଟି ଏନ୍‌ଡିଆରଏଫ ଏବଂ ଓଡ୍ରାଫ ଟିମ୍‌ ପଠାଯାଇଛି। ବାଲେଶ୍ବରକୁ ୧୦ଟି, ଭଦ୍ରକକୁ ୭ଟି, କେନ୍ଦ୍ରାପଡ଼ାକୁ ୬, ଯାଜପୁର, ମୟୂରଭଞ୍ଜ ଓ ଖୋର୍ଦ୍ଧାକୁ ୨ଟି ଲେଖାଏଁ, କଟକ ଓ ପୁରୀକୁ ଗୋଟିଏ ଲେଖାଏଁ ଟିମ୍ ପଠାଯାଇଛି। ଓଡ଼ିଶା ବନ ଉନ୍ନୟନ ନିଗମର ୧୦୦ଟି ଟିମ୍‌ ଏବେ କାର୍ୟ୍ୟରେ ଲାଗିଛନ୍ତି। ବାତ୍ୟା ପାଇଁ ସତର୍କତା ବ୍ୟବସ୍ଥା ସ୍ବରୂପ ମୋଟ ୧,୬୧,୯୯୧ଜଣଙ୍କୁ ୨୯୨୧ଟି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା।

ଏସଆରସି କହିଥିଲେ ଯେ ଏ ପର୍ୟ୍ୟନ୍ତ କୌଣସି ସ୍ଥାନରେ ଟେଲିକମ୍‌ ଟାୱାର ଭୁଶୁଡ଼ି ପଡ଼ିଥିବାର ଖବର ମିଳିନାହିଁ। ବାତ୍ୟାଞ୍ଚଳରେ ପ୍ରାୟ ୧୮୮୫ ଗର୍ଭବତୀ ମହିଳାଙ୍କୁ ଦୁଇ ଦିନ ଭିତରେ ଡାକ୍ତରଖାନା ଏବଂ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଜଣେ ମହିଳାଙ୍କୁ ଅଗ୍ନିଶମ ବାହିନୀ ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ବାଟରେ ସେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ତିହିଡ଼ି ଓ କେନ୍ଦ୍ରାପଡ଼ାର ସାତଭାୟା ଅଞ୍ଚଳରେ ଦୁଇଜଣଙ୍କ ମୃତ୍ୟୁ ନେଇ ଯେଉଁ ଖବର ଆସିଛି ସେ ସମ୍ପର୍କରେ ଜିଲା ପ୍ରଶାସନକୁ ତଦନ୍ତ କରି ପଦକ୍ଷେପ ନେବାକୁ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ ଡ଼ିଜି, ଭୁବନେଶ୍ବର ପାଣିପାଗ କେନ୍ଦ୍ର ମୁଖ୍ୟ ବାତ୍ୟାର ଗତିବିଧି ନେଇ ଯେଉଁ ଆକଳନ କରିଥିଲେ ଏବଂ ଆମକୁ ପ୍ରସ୍ତୁତି କାର୍ୟ୍ୟ ଚଳାଇବାକୁ ପରାମର୍ଶ ଦେଇଥିଲେ ସେହି ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

- Advertisement -

ଶକ୍ତି ବିଭାଗ ମିଳିଥିବା ତଥ୍ୟ ଅନୁସାରେ, ୩୩କେଭିର ୬୫ଟି ଫିଡ଼ର ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଜଗତସିଂହପୁର ଓ ଗଞ୍ଜାମ ଜିଲରେ ୧୯,୩୮,୩୮୨ ସଂଖ୍ୟକ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ୯୦ ପ୍ରତିଶତ ଟାୱାରର କୌଣସି କ୍ଷତି ଘଟିନାହିଁ। ଯେଉଁଠି ବାତ୍ୟା କମିଯାଇଛି ସେଠାରେ ନଷ୍ଟ ହୋଇଥିବା ଯନ୍ତ୍ରପାତିର ପୁନରୁଦ୍ଧାର କାର୍ୟ୍ୟ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ଆରମ୍ଭ କରିଛନ୍ତି ବୋଲି ସୂଚନା ଦିଆଯାଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories