www.samajalive.in
Saturday, December 13, 2025
21.1 C
Bhubaneswar

ପଶ୍ଚିମବଙ୍ଗରେ ୬ ମୃତ

କଲକାତା: ମହାବାତ୍ୟା ଅମ୍ପନର କରାଳ ଗ୍ରାସରେ ରାଜ୍ୟ ରାଜଧାନୀ କଲକାତା ସମେତ ପଶ୍ଚିମବଙ୍ଗର ୧୧ଟି ଜିଲା ବିଶେଷଭାବେ ପ୍ରଭାବିତ ହୋଇଛି। ଆଲିପୁର ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ମହାବାତ୍ୟା ଅମ୍ପନ ବୁଧବାର ଅପରାହ୍ଣ ପ୍ରାୟ ୪ଟା ପାଖାପାଖି ସାଗରଦ୍ବୀପ ସ୍ଥଳଭାଗକୁ ସ୍ପର୍ଶ କରିଥିଲେ ସୁଦ୍ଧା ଏହାର ପ୍ରଭାବ ଗୁରୁବାର ଆପରାହ୍ଣ ସୁଦ୍ଧା ଜାରି ରହିବ। ଫଳରେ ରାଜ୍ୟର ୧୧ଟି ଜିଲାରେ ଆସନ୍ତାକାଲି ପର୍ୟ୍ୟନ୍ତ ପବନ ବହିବା ସହ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କ୍ଷୟକ୍ଷତି ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସାଗରଦ୍ବୀପ ନିକଟରେ ପ୍ରାୟ ୧୨ଫୁଟ୍‌ ଉଚ୍ଚରେ ଜୁଆର କୂଳକୁ ମାଡ଼ି ଆସିବା ଫଳରେ ବହୁ ବଡ଼ବଡ଼ ଗଛ ଓ ପୁରୁଣା ଘର ଭାଙ୍ଗି ଯାଇଥିବା ଖବର ମିଳିଛି। ସାଗରଦ୍ବୀପ ଅଞ୍ଚଳଟି କଲକାତା ମହାନଗରୀ ନିକଟ ହୋଇଥିବାରୁ ଏହି ମହାବାତ୍ୟାର ପ୍ରଭାବ ସମଗ୍ର ସହରରେ ପଡ଼ିଥିବା ପରିଲକ୍ଷିତ ହୋଇଛି।

ସନ୍ଧ୍ୟା ସୁଦ୍ଧା ସହରର ବିଭିନ୍ନ ପ୍ରାନ୍ତରରେ ଥିବା ମୋଟ ପ୍ରାୟ ୭ଟି ବଡ଼ବଡ଼ ଗଛ ଓ ୪ଟି ପୁରୁଣା ଘର ଧସିଯାଇଥିବା ପୌରସଭା ପକ୍ଷରୁ କୁହାଯାଇଛି। ସେହିପରି ଦିଘା, ମନ୍ଦାରମଣି, ସୁନ୍ଦରବନ, କ୍ୟାନିଂ, ଶଙ୍କରପୁର ଭଳି ବିଭିନ୍ନ ଅଞ୍ଚଳରେ ପ୍ରଚୁର ପରିମାଣର କ୍ଷୟକ୍ଷତି ଘଟିଥିବା ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଉଛି। ସଠିକ୍‌ ମୃତ୍ୟୁ ଖବର ପ୍ରଶାସନ ନିକଟକୁ ଆସି ନଥିଲେ ସୁଦ୍ଧା ୧୧ଟି ଜିଲା ଯଥା କଲକାତା, ଦୁଇ ୨୪ପ୍ରଗଣା, ଦୁଇ ମେଦିନୀପୁର, ନଦିଆ, ହୁଗୁଳି, ବର୍ଦ୍ଧମାନ, ମୁର୍ଶିଦାବାଦ, ବାଙ୍କୁଡ଼ା, ପୁରୁଲିଆର ବିଭିନ୍ନ ଅଞ୍ଚଳରେ​‌ସନ୍ଧ୍ୟା ପର୍ୟ୍ୟନ୍ତ ମୋଟ ୬ଜଣଙ୍କ ମୃତ୍ୟୁ ଘଟିବା ସହ ୧୭ଜଣ ଭଳି ଗୁରୁତର ଭାବେ ଆହତ ହୋଇଛନ୍ତି।

- Advertisement -

ସେହିପରି ଦିଘାରେ ଏହି ମହାବାତ୍ୟା ପ୍ରକୋପ ରୂପ ଧାରଣ କରିବା ଦ୍ବାରା ବିଭିନ୍ନ ତଳିଆ ଅଞ୍ଚଳରେ ସମୁଦ୍ର ପାଣି ବଡ଼ବଡ଼ ଢେଉ ଆକାରରେ ମାଡ଼ି ଆସିଥିବା କୁହାଯାଇଛି। ଦିଘା ବେଳାଭୂମି ନିକଟରେ ସମୁଦ୍ରରେ ବଡ଼ବଡ଼ ଢେଉଠିବା ଓ ପ୍ରବଳ ବେଗରେ ଝଡ଼ ସୃଷ୍ଟି ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories