www.samajalive.in
Monday, December 8, 2025
13.1 C
Bhubaneswar

ମୋଟର ସାଇକେଲ ଆରୋହୀକୁ ଧକ୍କା ଦେଇ ୭୦ ଫୁଟ ତଳକୁ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ; ଜଣେ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରର ଦୁଆରଶୁଣି ଘାଟିରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍‌ ସହ ମୁହାଁମୁହିଁ ଧକ୍କା ପରେ ଏକ ପିଆଜ ବୋଝେଇ ଟ୍ରକ୍‌ ଘାଟିରୁ ୭୦ ଫୁଟ ତଳକୁ ଖସିପଡ଼ିଛି। ଏଥିରେ ବାଇକ ଆରୋହୀ ବିଶି ମହାକୁଡ଼ଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବିଶି ଜଣେ ମହିଳାଙ୍କୁ ସାଥୀରେ ନେଇ ଯାଉଥିବାବେଳେ ପିଆଜ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ଟି ପ୍ରାୟ ୭୦ ଫୁଟ ତଳକୁ ଖସି ପଡ଼ିଥିଲା। ଲୋକମାନେ ବିଶି, ସମ୍ପୃକ୍ତ ମହିଳା ଓ ଟ୍ରକ୍ ଡ଼ାଇଭରଙ୍କୁ ଉଦ୍ଧାରକରି ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ବିଶି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।  ପିଆଜ ବୋଝେଇ ଟ୍ରକଟି ନାସିକରୁ ପଶ୍ଚିମବଙ୍ଗ ଯାଉଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories