ରାଜନଗର: ସମୁଦ୍ର କୂଳରୁ ସ୍ଥାନାନ୍ତର ହେଲେ ୬ଶହରୁ ଅଧିକ ଲୋକ
କେନ୍ଦ୍ରାପଡ଼ା: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅମ୍ପନ ନିମନ୍ତେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତତ୍ପର ହୋଇଛି । ଉପକୂଳବର୍ତୀ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜନଗର ବ୍ଲକର ହାତିନଆ, କୁରୁଣ୍ଟି, ସାତଭାୟା, କେରୁଆପାଳ, ରଙ୍ଗଣୀ, ତାଳଚୁଆ, ବାଘମାରୀ ଇତ୍ୟାଦି ୭ଟି ପଞ୍ଚାୟତରେ ୬ଶହରୁ ଅଧିକ ଲୋକଙ୍କୁ ନେଇ ବାତ୍ୟା ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଥିବା ସୂଚନା ମିଳିଛି ଜିଲାପାଳଙ୍କ ନିର୍ଦେଶକ୍ରମେ ବ୍ଲକ୍ ପ୍ରଶାସନ ଓ ସ୍ଥାନୀୟ ଥାନା ଅଧିକାରୀ ସ୍ଥାନାନ୍ତର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଅନ୍ୟପକ୍ଷରେ ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମା ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଆସନ୍ତାକାଲି ସକାଳ ସୁଦ୍ଧା ସବୁ ଲୋକଙ୍କୁ ବିପଜ୍ଜନକ ସ୍ଥାନରୁ ସ୍ଥାନାନ୍ତରିତ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।
Comments are closed.