www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଡ୍ୟୁଟି ବେଳେ ଟଳିପଡ଼ିଲେ ପୁଲିସ ; ୫୦ ଲକ୍ଷ କ୍ଷତିପୂରଣ ଦାବି କଲା ସଂଘ

କଟକ: ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହାସପାତାଳର ଆଶୁଚିକିତ୍ସା ବିଭାଗରେ ରବିବାର ଅପରାହ୍ଣରେ ଡ୍ୟୁଟି କରୁଥିବା ଓଏସଏପି ହାବିଲଦାର ବିଭୂତି ଭୂଷଣ ପ୍ରଧାନ(୩୩)ଙ୍କ ମୃତ୍ୟୁ ଘଟିଛି। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡିନାହିଁ। ଏ ସଂକ୍ରାନ୍ତରେ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ସକାଳେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଇନ୍ସପେକ୍ଟର ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ମୃତ ବିଭୂତି ଓଏସଏପି ଷଷ୍ଠ ବାଟାଲିୟନରେ ୨୦୧୭ରେ ହାବିଲଦାର ଭାବେ ନିଯୁକ୍ତି ପାଇଥିଲେ। ବିଭୂତିଙ୍କ ସହିତ ବାଟାଲିୟନର ଅନ୍ୟ କେତେକ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ବଡମେଡିକାଲରେ ନିୟୋଜିତ କରାଯାଇଥିଲା। ପ୍ରତିଦିନ ସେ ଡ୍ୟୁଟି ସାରି ବାଟାଲିୟନରେ ରହୁଥିଲେ। ଆଜି ବିଭୂତିଙ୍କ ଆଶୁଚିକିତ୍ସା ବିଭାଗରେ ଡ୍ୟୁଟି ପଡିଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ସେ ହଠାତ୍‍ ସେହିଠାରେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା,ତେବେ ସେତେବେଳକୁ ସେ ପ୍ରାଣ ହରାଇସାରିଥିଲେ। ପ୍ରବଳ ଖରାଯୋଗୁଁ ଅଂଶୁଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଥିବା ଇନ୍ସପେକ୍ଟର ଶ୍ରୀ ମହାପାତ୍ର କହିଛନ୍ତି।

ଖବର ପାଇ ସନ୍ଧ୍ୟାରେ ନୟାଗଡ଼ ଜିଲା ସୁନାଖଳା ଗ୍ରାମରୁ ପତ୍ନୀ ଓ ପରିବାରର ଲୋକେ ମେଡିକାଲରେ ପହଞ୍ଚିଛନ୍ତି। ୨୦୦୬ରେ ଓଡ଼ିଶା ପୁଲିସ ୪ର୍ଥ ଏସଏସରେ ଚାକିରି ଆରମ୍ଭ କରିଥିଲେ। ପରେ ସେ ଲାୟନ୍ସ ନାୟକ ଭାବେ କମିସନରେଟ ପୁଲିସ ଓ ପରେ ହାବିଲଦାର ଭାବେ ପଦୋନ୍ନତି ପାଇଥିଲେ।

- Advertisement -

୫୦ ଲକ୍ଷ କ୍ଷତିପୂରଣ ଦାବି କଲା ସଂଘ
ମୃତ ହାବିଲଦାର ବିଭୂତି ପ୍ରଧାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ହାବିଲଦାର, କନେଷ୍ଠବଳ ଓ ସିପାହୀ ଷଷ୍ଠ ବାଟାଲିୟନ ସାଖା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ମୃତ ବିଭୂତି ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ପିତା ଓ ମାତାଙ୍କ ସହିତ ତାଙ୍କର ପତ୍ନୀ ଓ ଗୋଟିଏ ୩ବର୍ଷର ପୁଅ ଏବଂ ୬ବର୍ଷର ଝିଅ ରହିଛି। ତାଙ୍କ ପତ୍ନୀଙ୍କୁ ଚାକିରି ଦିଆଯିବା ସହିତ କ୍ଷତିପୂରଣ ଅର୍ଥ ପ୍ରଦାନ କରାଗଲେ ବର୍ତ୍ତମାନ ପରିସ୍ଥିତିରେ କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟ କରିବାର ମନୋବଳ ବୃଦ୍ଧି ପାଇବ ବୋଲି ବଟାଲିୟନ ସଂଘର ସମ୍ପାଦକ ବିଭୂପ୍ରସାଦ ବେହେରା, ଉପସଭାପତି ଉମେଶ ଚନ୍ଦ୍ର ଲେଙ୍କା ଓ ସହ-ସମ୍ପାଦକ ବିମଳ ପାତ୍ର ପ୍ରକାଶ କରିଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories