ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନ୍ତର୍ଜାତିକ ଟେଲିକମ୍ୟୁନିକେସନ୍ ଦିବସ ଅବସରରେ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱକୁ ନିକଟତର କରିପାରିଛି ଟେଲିକମ୍ୟୁନିକେସନ୍ ସେବା। ଏହି ଟେଲିକମ୍ୟୁନିକେସନ୍ ସେବା ଦ୍ବାରା ପ୍ରିୟପରିଜନ ଏବଂ ସମାଜ ମଧ୍ୟରେ ବ୍ୟବଧାନକୁ ହ୍ରାସ ହୋଇପାରିଛି। ଏହା କୋଭିଡ୍-୧୯ ମହାମାରୀ ସମୟରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିପାରିଛି। ସମାଜର କଲ୍ୟାଣ ସହିତ ମହାମାରୀକୁ ପରାହତ କରିବା ନିମନ୍ତେ ଜନସାଧାରଣ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିବାକୁ ଶପଥ ନେବା ସକାଶେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।
Popular Categories



