www.samajalive.in
Friday, December 12, 2025
26.1 C
Bhubaneswar

କରୋନା ସମୟରେ ତୈଳଦର ବୃଦ୍ଧି ଜନସାଧାରଣଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରତିଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ୟାକେଜ୍‍ ଘୋଷଣା କରିଚାଲିଛନ୍ତି। ତାକୁ ସମୀକ୍ଷା କଲେ ଜଣାଯିବ, ଏହି ପ୍ୟାକେଜ୍‍ ସବୁ ଲୋକଙ୍କୁ ଲୁଟିବାର ଗୋଟିଏ ରାସ୍ତା। ଦିନ ଦ୍ୱିପ୍ରହରରେ ଲୁଟିବାକୁ ଏମାନେ ପଛାଉନାହାଁନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ରବିବାର ଏକ ପ୍ରେସ୍‍ ବିବୃତ୍ତି ମାଧ୍ୟମରେ କହିଛନ୍ତି।

ସେ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଛନ୍ତି ଯେ, ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୧୧୦ ଡଲାର ଥିଲା, ତେଲ ଦର ବର୍ତ୍ତମାନ ଦରଠୁ କମ୍‍ ଥିଲା। କିନ୍ତୁ ଏବେ ବ୍ୟାରେଲ୍‍ ପିଛା ଅଶୋଧିତ ତୈଳର ମୂଲ୍ୟ ୩୦ ଡଲାର ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଭାଟ୍‍ ବଢାଇ ତେଲ ଦର କ୍ରମାଗତ ଭାବେ ବଢାଇ ଚାଲିଛନ୍ତି। କିଛିଦିନ ତଳେ କେନ୍ଦ୍ର ସରକାର ଦର ବଢ଼ାଇଥିବା ବେଳେ, ଆଜିଠାରୁ ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୩ ପଇସା ବଢ଼ାଇଛନ୍ତି। ପ୍ରକୃତରେ ତେଲର ମୂଳ ମୂଲ୍ୟ ଲିଟର ପିଛା ୨୦ ଟଙ୍କା ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ପାଖାପାଖି ୪୮ରୁ ୫୨ ଟଙ୍କା ଜନସାଧାରଣଙ୍କଠାରୁ ଲୁଟି ଚାଲିଛନ୍ତି। ପେଟ୍ରୋଲ ଲିଟର ପିଛା କେନ୍ଦ୍ର ସରକାର ୩୩ ଟଙ୍କା ଭାଗ ପାଉଥିଲା ବେଳେ ରାଜ୍ୟ ସରକାର ୧୭ ଟଙ୍କା ଭାଗ ପାଉଛନ୍ତି। ସେହିପରି ଡିଜେଲରେ ଲିଟର ପିଛା କେନ୍ଦ୍ରସରକାର ୩୨ ଟଙ୍କା ପାଉଥିବା ବେଳେ ରାଜ୍ୟ ସରକାର ୧୪ ଟଙ୍କା ପାଉଛନ୍ତି। ଏହା ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ। ବୋଝ ହେଉଛନ୍ତି କେନ୍ଦ୍ର ସରକାର, ଲଳିତା ବିଡ଼ା ହେଉଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଦରଦାମ୍‍ ବୃଦ୍ଧି ପାଇବ ଏବଂ ଯେଉଁମାନେ ଗ୍ରାହକ, ସେମାନେ ହଇରାଣ ହେବେ। ଏବେ କରୋନା ମହାମାରୀ ସମୟରେ ଲୋକ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ବେଳେ ସେମାନେ ଆହୁରି ହୀନସ୍ତା ହେବେ। ଏହା ଲୋକମାନଙ୍କୁ ସାହାଯ୍ୟ କରାଯାଉଛି ନା ତାଙ୍କର ଆର୍ଥିକ ଅବସ୍ଥାକୁ ତଳିତଳାନ୍ତ କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି, ବୁଝି ହେଉନାହିଁ। ଏହାଦ୍ୱାରା ସାଧାରଣ ଲୋକ ଓ ଖାଉଟିଙ୍କର ମଙ୍ଗଳ ହେବନାହିଁ। ଲୋକ ଆହୁରି ଦୁଃଖ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

- Advertisement -

ଅନ୍ୟ ଏକ ପ୍ରସଙ୍ଗରେ କହିଛନ୍ତି, ଜଣେ ସରପଞ୍ଚ ମହାମାରୀ କରୋନାରେ ଆକ୍ରାନ୍ତ ହେବାର ଖବର ମିଳିଛି। ଏହି ସରପଞ୍ଚ
ମହାଶୟ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ, ତାର ହିସାବ ନାହିଁ। ତେଣୁ ଏସବୁ ସମ୍ପର୍କରେ ମଧ୍ୟ ସରକାର ସମସ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ସଚେତନ କରିବା ଦରକାର ଏବଂ ଯେଉଁମାନଙ୍କୁ ଦାୟିତ୍ୱ ଦେଇଛନ୍ତି, ସେମାନଙ୍କୁ ସଚେତନ କରିବା ଦରକାର। ବର୍ତ୍ତମାନ
ରାଜ୍ୟ ବାହାରୁ ଯେଉଁ ସଂଖ୍ୟାରେ ଲୋକମାନେ ଓଡ଼ିଶାକୁ ଆସିବା ପାଇଁ ଆରମ୍ଭ କଲେଣି, ପରବର୍ତ୍ତୀ ସମୟରେ ତାହା ଭୟାବହ ପରିସ୍ଥିତି
ସୃଷ୍ଟି କରିବ, ଯାହା ଧାରଣା ବାହାରେ। ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡିରେ ଯେଉଁମାନେ ଦାଦନ ଶ୍ରମିକ ହିସାବରେ ଇଟାଭାଟିରେ
କାମ କରିବାକୁ ଅନ୍ୟ ରାଜ୍ୟକୁ ଯାଇଥିଲେ, ସେମାନେ ରାଜ୍ୟକୁ ଫେରିବାକୁ ଆରମ୍ଭ କଲେଣି। ସେସବୁ ଜିଲ୍ଲାର ଅବସ୍ଥା ସାଙ୍ଘାତିକ
ହେବ ବୋଲି ଶ୍ରୀ ପଟ୍ଟନାୟକଙ୍କ ଧାରଣା। ସେଥିପାଇଁ ସରକାର ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ସେ କହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories