www.samajalive.in
Sunday, December 14, 2025
18.1 C
Bhubaneswar

ଅକ୍ଟୋବର ୨୦୨୦ରେ କମିବ କୋଭିଡ୍‌-୧୯ ମହାମାରୀ ପ୍ରଭାବ

ଭୁବନେଶ୍ୱର: ‘କୋଭିଡ୍-୧୯’ ବିଶ୍ୱର ଅନେକ ସ୍ଥାନରେ ଝଡ଼ ସୃଷ୍ଟି କରିଛି। ଏହି ବିଶ୍ୱ ମହାମାରୀ ‘କୋଭିଡ୍‌-୧୯’ର ଜୀବନଚକ୍ରକୁ ନେଇ ଭୁବନେଶ୍ବର ଇଣ୍ଟର୍‌ନ୍ୟାସନାଲ୍ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ (ଆଇଏମ୍ଆଇ) ପକ୍ଷରୁ ଗବେଷଣା କରାଯାଇଛି। ‘କୋଭିଡ୍‌-୧୯ ଲାଇଫ୍‌ସାଇକଲ୍‌: ପ୍ରେଡିକ୍‌ଟିଭ୍‌ ମଡେଲିଂ ଇନ୍‌ ଇଣ୍ଡିଆ’ ଶୀର୍ଷକ ଗବେଷଣାରେ ଭାରତରେ କୋଭିଡ୍‌-୧୯ର ପ୍ରଭାବ ଉପରେ ଗୁରୁତ୍ବ ଦିଆଯାଇଛି। ମେ’ ୨୦ ଭିତରେ କୋଭିଡ୍‌-୧୯ ସଂକ୍ରମଣ ସର୍ବୋଚ୍ଚ ସୀମାରେ ପହଞ୍ଚିଯିବ ଏବଂ ଏହା ପରେ ହ୍ରାସ ପାଇବା ଆରମ୍ଭ ହେବ। ଏହି କୋଭିଡ୍‌-୧୯ ବିଶ୍ୱ ମହାମାରୀ ୨୦୨୦ ସେପ୍ଟେମ୍ବରର ଶେଷ ସପ୍ତାହ କିମ୍ବା ଅକ୍ଟୋବରର ପ୍ରଥମ ସପ୍ତାହ ଆଡ଼କୁ ଏହାର ପ୍ରଭାବ କମିବ ବୋଲି ଆଇଏମ୍‌ଆଇ ଗବେଷକ ପ୍ରକାଶ କରିଛନ୍ତି।
‘କୋଭିଡ୍‌-୧୯ ଲାଇଫ୍‌ସାଇକଲ୍‌: ପ୍ରେଡିକ୍‌ଟିଭ୍‌ ମଡେଲିଂ ଇନ୍‌ ଇଣ୍ଡିଆ’ ଗବେଷଣା ପାଇଁ ଭାରତର ସବୁଠୁ ସଂକ୍ରମିତ ୧୦ଟି ରାଜ୍ୟର ତଥ୍ୟକୁ ନେଇ ସର୍ବେକ୍ଷଣ କରାଯାଇଥିଲା। ଏହି ସର୍ବେକ୍ଷଣ ପାଇଁ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଓଡ଼ିଶାର ତଥ୍ୟକୁ ବିଚାରକୁ ନିଆଯାଇଛି। ସର୍ବେକ୍ଷଣର ନିର୍ଯ୍ୟାସରେ ପହଞ୍ଚିବା ପାଇଁ ଗବେଷକମାନେ ଆଡଭାନ୍ସଡ୍ ଆନାଲିଟିକାଲ ଟୁଲସ୍ ଓ ପଦ୍ଧତିକୁ ବ୍ୟବହାର କରିଥିଲେ। ଆକଳନ କରିବା ଲାଗି ଏହି ସର୍ବେକ୍ଷଣରେ ୨୦୨୦ ଏପ୍ରିଲ୍ ୧ରୁ ୩୦ ପର୍ଯ୍ୟନ୍ତ ତଥ୍ୟକୁ ବ୍ୟବହାର କରାଯାଇଛି।
ଆଇଏମ୍‌ଆଇ ନିର୍ଦେଶକ ପ୍ରଫେସର ରମେଶ ବେହେଲ କହିଛନ୍ତି ଯେ ରାଜ୍ୟ ସ୍ତରରୁ ମିଳିଥିବା ତଥ୍ୟରେ କୋଭିଡ୍-୧୯ ପଜିଟିଭ୍ ମାମଲାରେ ପ୍ରତିଦିନ ତାରତମ୍ୟ ଦେଖିବାକୁ ମିଳୁଥିଲା। ଦ୍ୱିତୀୟରେ, ବିଭିନ୍ନ ପ୍ରକାର ଅନୁମାନ ଉପରେ ଏହି ସର୍ଭେ ପର୍ଯ୍ୟବେସିତ ଥିଲା। ତାହା ହେଉଛି ତଥ୍ୟ ସଂଗ୍ରହର ପ୍ରଥମ ଦିନରୁ ତିନି ମାସ ଭିତରେ ରାଜ୍ୟର କେତେ ଜନସଂଖ୍ୟା ଏହି ଭୂତାଣୁ ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଛି। ପ୍ରତିଦିନର ସଂକ୍ରମଣକୁ ନିଶ୍ଚିତ କରିବା ଲାଗି ୨୦୨୦ ଏପ୍ରିଲ୍ ମାସରେ ପ୍ରତିଦିନର ମାମଲାକୁ ଉଚ୍ଚତର ମେଡିଆନ୍ ସହିତ ତୁଳନା କରାଯାଇଛି। ସଂକ୍ରମିତ ହୋଇଥିବା ବ୍ୟକ୍ତି ତିନି ଦିନ ଭିତରେ ଅଲଗା ନହେଲେ ଅନ୍ୟମାନଙ୍କୁ ସଂକ୍ରମଣ ବାଣ୍ଟିବାର ଆଶଙ୍କା ରହିଛି ଏବଂ ପ୍ରତି ସଂକ୍ରମିତ ବ୍ୟକ୍ତି ଦିନକୁ ୩.୨୮ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଛନ୍ତି।
ଏହି ବିଶ୍ୱ ମହାମାରୀ କେବେ ଶେଷ ହେବ ତାହାର ଶେଷ ତାରିଖ ବାହାର କରିବା ଲାଗି ଗବେଷକମାନେ ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି)ର ଡାଟା ପରିଚାଳିତ ଇନୋଭେସନ ଲ୍ୟାବ୍‌ର ଆକଳନକୁ ବ୍ୟବହାର କରାଯାଇଛି। ଏସୟୁଟିଡି ଏବଂ ଆମର ଆକଳନ ଭାରତରେ ଏହି ବିଶ୍ୱ ମହାମାରୀର ଶେଷ ତାରିଖ ଆକଳନ କରିଛି। ଏହି ବିଶ୍ୱ ମହାମାରୀର ସମୟ ସୀମାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆମର ଏହି ସର୍ବେକ୍ଷଣ ଫଳାଫଳ ନୀତି ନିର୍ଦ୍ଧାରକମାନଙ୍କ ବ୍ୟତୀତ ନାଗରିକମାନଙ୍କ ପାଇଁ ମଧ୍ୟ ସହାୟକ ହୋଇପାରିବ। ‘କୋଭିଡ୍‌-୧୯ ଲାଇଫ୍‌ସାଇକଲ୍‌: ପ୍ରେଡିକ୍‌ଟିଭ୍‌ ମଡେଲିଂ ଇନ୍‌ ଇଣ୍ଡିଆ’ ଶୀର୍ଷକ ଗବେଷଣାରେ ଆଇଏମ୍ଆଇ ପ୍ରଫେସର ପ୍ରଫେସର ମନିତ ମିଶ୍ର ମଧ୍ୟ ସାମିଲ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories