www.samajalive.in
Friday, December 12, 2025
16.1 C
Bhubaneswar

ମୋଦୀ ମୋ ‘ବନ୍ଧୁ’, ଭାରତକୁ ଆମେ ଭେଣ୍ଟିଲେଟର ଦେବୁ – ଟ୍ରମ୍ପ

ସମାଜ ପୋର୍ଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ -୧୯ ମହାମାରୀ ବିରୋଧରେ ଲଢେଇ ପାଇଁ ସାହାଯ୍ୟ କରିବାକୁ ଭାରତକୁ ଭେଣ୍ଟିଲେଟର ଦେବାକୁ ଘୋଷଣା କରିଛନ୍ତି। ଶନିବାର ଦିନ ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, ମୁଁ ଗର୍ବିତ ଯେ ଆମେରିକା ଭାରତରେ ଆମର ବନ୍ଧୁମାନଙ୍କୁ ଭେଣ୍ଟିଲେଟର ଦାନ କରିବ। ଏହି ମହାମାରୀ ସମୟରେ ଆମେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଛୁ। ଆମେ କରୋନା ଟିକା ପ୍ରସ୍ତୁତିରେ ମଧ୍ୟ ସାହାଯ୍ୟ କରୁଛୁ। ଏହି ଅଦୃଶ୍ୟ ଶତ୍ରୁ ବିରୋଧରେ ମିଳିତ ଲଢେଇ ପାଇଁ ଆମେ ବଦ୍ଧ ପରିକର।

ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି, ‘ଭାରତ ଏକ ମହାନ ଦେଶ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମୋର ଜଣେ ଭଲ ବନ୍ଧୁ। ମୁଁ କିଛି ଦିନ ପୂର୍ବରୁ ଭାରତରୁ ଫେରିଛି ଏବଂ ଆମେ ଏକାଠି ରହିଛୁ। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବିବୃତ୍ତିରେ ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ଆଗ୍ରା ଗସ୍ତ ବିଷୟରେ କହିଛନ୍ତି। ତେବେ ଭାରତକୁ କେତେ ଭେଣ୍ଟିଲେଟର ଦାନ କରାଯିବ ତାହା ହ୍ୱାଇଟ ହାଉସ ସ୍ପଷ୍ଟ କରିନାହିଁ।

- Advertisement -

ଟ୍ରମ୍ପ କହିଛନ୍ତି ଯେ କରୋନା ମହାମାରୀକୁ ପରାସ୍ତ କରିବାକୁ ଦୁଇ ଦେଶ ପରସ୍ପର ସହ ଛିଡା ହୋଇଛନ୍ତି। ସେ ଟ୍ୱିଟ୍‌ରେ କହିଛନ୍ତି ଯେ ଟୀକା ବିକାଶରେ ଆମେରିକା ଏବଂ ଭାରତ ପରସ୍ପରକୁ ସମର୍ଥନ କରୁଛନ୍ତି। ଦୁଇ ଦେଶ ମିଳିତ ଭାବରେ ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କରିବେ ବୋଲି ସେ କହିଛନ୍ତି।

ଅନ୍ୟ ପକ୍ଷରେ ମାରାତ୍ମକ କରୋନା ଭୁତାଣୁ ପାଇଁ ଔଷଧ ଏବଂ ଟିକା ବିକଶିତ କରିବାରେ ସେମାନଙ୍କ ଉଦ୍ୟମ ପାଇଁ ଟ୍ରମ୍ପ ଭାରତୀୟ-ଆମେରିକୀୟ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ମହାମାରୀର ମୁକାବିଲା ପାଇଁ ଆମେରିକା ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ବୋଲି ଟ୍ରମ୍ପ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories