www.samajalive.in
Wednesday, December 10, 2025
23.1 C
Bhubaneswar

ପାଟଣାରେ ବିଜେପି ପକ୍ଷରୁ ‘ସଞ୍ଜିବନୀ ସାଥୀ’ ; ୨୪ ୟୁନିଟ ରକ୍ତ ସଂଗ୍ରହ

ପାଟଣା : ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା କଲ୍ୟାଣ ମଣ୍ଡପ ଠାରେ ଶନିବାର କେନ୍ଦୁଝର ବିଜେପି ପକ୍ଷରୁ ‘ସଞ୍ଜିବନୀ ସାଥି’ କାର୍ଯ୍ୟକ୍ରମରେ ରକ୍ତ ଦାତାଙ୍କ ଠାରୁ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସାମାଜିକ ଦୂରତ୍ବ ରଖାଯାଇ ଓଡିଶା ବ୍ଲଡ ବ୍ୟାଙ୍କ କେନ୍ଦୁଝର ଶାଖା ପକ୍ଷରୁ ଆୟୁଷ ଡାକ୍ତର ଚନ୍ଦ୍ରଭାନୁ ମହାନ୍ତ, ଜନ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, ଏଲଟି ମୋନାଲିସା ପୁହାଣ ଓ ଶଙ୍କର୍ଷଣ ନାୟକ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିରରେ ବିଜେପି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମା, ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ , ନାରୀନେତ୍ରୀ ଦାସମତୀ ଚାତର, ସମାଜସେବୀ ତଥା ଆଇଇଏସ୍ ବିକ୍ରମ ମୁଣ୍ଡା , ମଣ୍ଡଳ ସଭାପତି ଅଭୟ କୁମାର ବେହେରା , ପୂର୍ବତନ ମଣ୍ଡଳ ସଭାପତି ପ୍ରହଲ୍ଲାଦ ପଲେଇ , ଜିଲ୍ଲା ସଂଯୋଜକ ସବୀର ଦାଶ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଯୁବମୋର୍ଚ୍ଚା ପକ୍ଷରୁ ଜ୍ୟୋତିରଞ୍ଜନ ମହାନ୍ତ , ଯଶୋବନ୍ତ ମହାରଣା , ଯୁଧିଷ୍ଟିର ମହାନ୍ତ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ମହାମାରୀ କରୋନାକୁ ରୋକିବାକୁ

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories