www.samajalive.in
Friday, December 5, 2025
17.1 C
Bhubaneswar

ସୂର୍ଯ୍ୟଙ୍କ ତେଜ କମୁଛି- ବୈଜ୍ଞାନିକଙ୍କ ଦାବି

ନୂଆଦିଲ୍ଲୀ: ଧରାପୃଷ୍ଠରେ ଜୀବନ ଭରୁଥିବା ସୂର୍ଯ୍ୟ ଧୀରେ ଧୀରେ କମ୍‌ଜୋର ହେଉଛନ୍ତି। ସୂର୍ଯ୍ୟଙ୍କ ତେଜ ହ୍ରାସ ପାଉଛି। ସୂର୍ଯ୍ୟ କିରଣର ପ୍ରକୋପ କମୁଛି। କିଛି ବୈଜ୍ଞାନିକ ଏପରି ଦାବି କରିଛନ୍ତି। ସେମାନେ କହିଛନ୍ତି, ପୃଥିବୀ ପୃଷ୍ଠକୁ ସବୁଠୁ ଅଧିକ ଶକ୍ତି ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ଉଜ୍ଜ୍ଵଳତା ହ୍ରାସ ପାଇଛି। କିରଣ ମଧ୍ୟମ ହୋଇଛି। ସୂର୍ଯ୍ୟ ଆକାଶଗଙ୍ଗାରେ ଥିବା ନିଜ ଭଳି ଅନ୍ୟ ତାରାଙ୍କ ତୁଳନାରେ କମଜୋର ହୋଇଯାଇଛନ୍ତି।

ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟ୍‌ର ମହାକାଶ ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ବିଗତ ୯ ହଜାର ବର୍ଷ ଧରି ସୂର୍ଯ୍ୟ ଲଗାତର କମଜୋର ହେବାରେ ଲାଗିଛନ୍ତି। ଧୀରେ ଧୀରେ ସୂର୍ଯ୍ୟଙ୍କ ଚମକ୍‌ରେ ବି ହ୍ରାସ ଘଟୁଛି। ବୈଜ୍ଞାନିକମାନେ ଆମେରିକାର ମହାକାଶ ସଂସ୍ଥା ନାନାର କେପ୍‌ଲର ସ୍ପେଶ୍‌ ଟେଲିସ୍କୋପରୁ ମିଳିଥିବା ତଥ୍ୟକୁ ଅଧ୍ୟୟନ କରିବା ପରେ ଏହା କହିଛନ୍ତି। ଆକାଶଗଙ୍ଗାରେ ଥିବା ସୂର୍ଯ୍ୟଙ୍କ ଭଳି ଅନ୍ୟ ତାରାମାନଙ୍କ ତୁଳନାରେ ସୂର୍ଯ୍ୟଙ୍କ ଉଜ୍ଜ୍ଵଳତା କ୍ଷୀଣ ହେବାରେ ଲାଗିଛି। ମ୍ୟାକ୍ସ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଡା. ଆଲେକ୍‌ଜାଣ୍ଡର ସାପିରୋ କୁହନ୍ତି, ସେମାନେ ଆକାଶଗଙ୍ଗାରେ ସୂର୍ଯ୍ୟଙ୍କ ଭଳି ରହିଥିବା ୨୫୦୦ ତାରକାଙ୍କ ତୁଳନା କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି।

- Advertisement -

ହ୍ରାସ ପାଇଛି ସୋଲାର ସ୍ପଟ୍‌

ଗତ କିଛି ହଜାର ବର୍ଷ ଧରି ସୂର୍ଯ୍ୟ ଶାନ୍ତ ରହିଛନ୍ତି। ସୂର୍ଯ୍ୟ ପୃଷ୍ଠରେ ସୃଷ୍ଟି ହେଉଥିବା ସୋଲାର ସ୍ପଟ୍‌ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ୧୬୧୦ ମସିହା ପରଠାରୁ ସୂର୍ଯ୍ୟ ଉପରେ ସୃଷ୍ଟି ହୋଇଥିବା ସୋଲାର ସ୍ପଟଗୁଡ଼ିକ କ୍ରମାଗତ ଭାବରେ ହ୍ରାସ ପାଇଛି। ଗତ ବର୍ଷ ପ୍ରାୟ ୨୬୪ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟରେ ଗୋଟିଏ ବି ସୋଲାର ସ୍ପଟ୍‌ ସୃଷ୍ଟି ହୋଇଥିବା ଦେଖାଯାଇ ନ ଥିଲା।

ସୂର୍ଯ୍ୟର ମଧ୍ୟଭାଗରୁ ଏକ ପ୍ରବଳ ଉତ୍ତାପ ତରଙ୍ଗ ଉଠିବା ପରେ ସୋଲାର ସ୍ପଟ୍‌ ସୃଷ୍ଟି ହୁଏ। ଏଥିରୁ ଏକ ବଡ ବିସ୍ଫୋରଣ ଘଟିଥାଏ। ମହାକାଶରେ ସୌର ଝଡ଼ ସୃଷ୍ଟି ହୁଏ। ସୂର୍ଯ୍ୟ ୪୬୦ କୋଟି ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ। ଏହା ତୁଳନାରେ 9000 ବର୍ଷ କିଛି ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ସୂର୍ଯ୍ୟ ମୁଖ୍ୟତଃ ଉଦ୍‌ଜାନ ଏବଂ ହିଲିୟମ୍ ଗ୍ୟାସର ଏକ ବିଶାଳ ପେଣ୍ଡୁ ସଦୃଶ। ପରମାଣୁ ବିଭାଜନ ହେତୁ ସୂର୍ଯ୍ୟ ଏହାର ମଧ୍ୟଭାଗରେ ଅପାର ଶକ୍ତି ଉତ୍ପାଦନ କରେ। ଯଦିଓ ସୂର୍ଯ୍ୟଙ୍କଠାରୁ ନିର୍ଗତ ଶକ୍ତିର କେବଳ ସ୍ବଳ୍ପ ଅଂଶ ପୃଥିବୀରେ ପହଞ୍ଚେ, ଏହାର ୧୫ ପ୍ରତିଶତ ମହାକାଶରେ ବିଚ୍ଛୁରିତ ହୋଇଯାଇଥାଏ।

 

input:News18hindi

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories