www.samajalive.in
Friday, December 12, 2025
23.1 C
Bhubaneswar

ଅର୍ଜୁନ ପୁରସ୍କାର ନିମନ୍ତେ ବୁମରାଙ୍କ ନାମ ସୁପାରିସ କରିପାରେ ବିସିସିଆଇ

ନୂଆଦିଲ୍ଲୀ : ସମ୍ମାନଜନକ ଅର୍ଜୁନ ପୁରସ୍କାର ନିମନ୍ତେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କ ନାମ ବିସିସିଆଇ ତରଫରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ କରାଯିବାର ସମ୍ଭାବନା ରହିଛି। ଅର୍ଜୁନ ପୁରସ୍କାର ନିମନ୍ତେ ପୁରୁଷ ଓ ମହିଳା ବିଭାଗରେ କେଉଁ କ୍ରିକେଟର୍‌ଙ୍କ ନାମ ସୁପାରିସ କରାଯିବ ତାହା ଚଳିତ ମାସ ଶେଷ ବେଳକୁ ଚୂଡ଼ାନ୍ତ କରିବା ଲକ୍ଷ୍ୟରେ ବିସିସିଆଇ ରହିଛି। ତେବେ ପୁୁରୁଷ ବିଭାଗରେ ଯଶପ୍ରୀତ୍‌ ବୁମରା ସବୁଠାରୁ ଆଗରେ ରହିଥିବା ଜଣାପଡ଼ିଛି। ସୂଚନାଥାଉକି ଗତବର୍ଷ ବୁମରାଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ବିସିସିଆଇ ତରଫରୁ ସୁପାରିସ କରାଯିବ ବୋଲି ଆଶା ରହିଥିଲା, ତେବେ ବରିଷ୍ଠତା କ୍ରମରେ ରବୀନ୍ଦ୍ର ଜାଡେଜାଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରିଥିଲା ବିସିସିଆଇ।
ପୁରୁଷ ବିଭାଗରେ ଚଳିତଥର ବୁମରାଙ୍କ ନାମ ସୁପାରିସ କରାଯିବା ଏକପ୍ରକାର ନିଶ୍ଚିତ। ଗତ ୪ ବର୍ଷ ଧରି ସେ ଭାରତୀୟ ଦ୍ରୁତ ବୋଲିଂ ବିଭାଗର ମଙ୍ଗ ସମ୍ଭାଳିଛନ୍ତି। ଯଦି ବିସିସିଆଇ ବୁମରାଙ୍କ ସହ ଅନ୍ୟ ଜଣେ କ୍ରିକେଟର୍‌ଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରେ ତେ​ବେ ବରିଷ୍ଠ ଓପନର୍‌ ଶିଖର ଧାୱନ୍‌ ସୁଯୋଗ ପାଇବେ ବୋଲି ଜଣାପଡ଼ିଛି। ୨୬ ବର୍ଷୀୟ ବୁମରା ବର୍ତ୍ତମାନ ସୁଦ୍ଧା ଭାରତ ତରଫରୁ ୧୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬୮ଟି, ୬୪ଟି ଦିନିକିଆ ମ୍ୟାଚ୍‌ ଖେଳି ୧୦୪ ଓ ୫୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୫୯ଟି ୱିକେଟ୍ ହାସଲ କରିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ଦଳର ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯିବ ନାହିଁ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଘରୋଇ ହିଂସା ମାମଲାରେ ସାମିଙ୍କ ବିରୋଧରେ ତାଙ୍କ ପତ୍ନୀ ଆଇନର ଆଶ୍ରୟ ନେଇଥିବାରୁ ତାଙ୍କ ନାମ ସୁପାରିସ କରାଯିବ ନାହିଁ ବୋଲି ଆଲୋଚନା ହେଉଛି।
ମହିଳା ବିଭାଗରେ ଅଲରାଉଣ୍ଡର ଦିପ୍ତୀ ଶର୍ମା ଓ ଦ୍ରୁତ ବୋଲର ଶିଖା ପାଣ୍ଡେଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ବିସିସିଆଇ ସୁପାରିସ କରିବ ବୋଲି ଜଣାପଡ଼ିଛି।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories