www.samajalive.in
Friday, December 12, 2025
26.1 C
Bhubaneswar

କୋଭିଡ୍‌ ପାଇଁ ୫୪ ଦିନରେ ମୁକୁଳିଲେଣି ୬୮୬୬ କଏଦୀ

ଭୁବନେଶ୍ବର : ଲକ୍‌ଡାଉନ୍‌ ସମୟରେ କାରାଗାରରୁ ମୁକୁଳିଲେଣିି ୬୮୬୬ କଏଦୀ। ଲକ୍‌ଡାଉନ୍‌ ସମୟରେ କୋହଳ ମନୋଭାବ ନେଇ କଏଦୀଙ୍କୁ ମୁକ୍ତ କରାଯିବା ଲାଗି ସୁପ୍ରିମକୋର୍ଟ ବିଭିନ୍ନ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତେବେ କଏଦୀଙ୍କ ଚାଲିଚଳଣି ଏବଂ ଅପରାଧର ଗୁରୁତ୍ବକୁ ନେଇ କାରାଗାର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ମାର୍ଚ୍ଚ ୨୦ରୁ ମେ ୧୨ ତାରିଖ ସୁଦ୍ଧା ୬୬୮୬ କଏଦୀଙ୍କୁ ମୁକ୍ତ କରାଯାଇସାରିଲାଣି ବୋଲି ସୂଚନା ଦେଇଛନ୍ତି କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ। ମାର୍ଚ୍ଚ ୨୦ରେ ରାଜ୍ୟରେ ୮୬ଟି କାରାଗାରରେ ୧୭୮୧୨ ଜଣ କଏଦୀ ଥିଲେ। ତେବେ ମେ ୧୨ ତାରିଖରେ କଏଦୀଙ୍କ ସଂଖ୍ୟା ୧୬୯୩୧ରେ ରହିଛି। ତେବେ ଏହି ସମୟରେ ହଜାର ହଜାର କଏଦୀ ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲ୍‌କୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ସ୍ବଳ୍ପ ଦିନ ମଧ୍ୟରେ ଜାମିନ୍‌ ମିଳିଛି। ସେହିପରି ଅନ୍ୟ କେତେ କଏଦୀଙ୍କର ଚାଲିଚଳଣି ଏବଂ ଅପରାଧର ଗୁରୁତ୍ବକୁ ବିଚାର କରାଯାଇ ଜାମିନ୍‌ରେ ଛଡ଼ା ଯାଇଛି। ଏହା ବ୍ୟତୀତ ଅନେକ କଏଦୀଙ୍କୁ ମଧ୍ୟ ଥାନାରୁ ପିଆର୍‌ ବଣ୍ଡ୍‌ରେ ଛଡା ଯାଇଥିବା ଜଣାପଡିଛି। ସେହିପରି ୩୦୯ ଜଣଙ୍କୁ ଫର୍‌ଲୋ/ପାରୋଲ୍‌ ଭଳି ଛୁଟିରେ ଛଡ଼ାଯାଇଛି। ସଂକ୍ରମଣ ଭୟରେ ଅଧିକ କଏଦୀ ଥିବା ଜେଲ୍‌ଗୁଡ଼ିକରୁ ଅନ୍ୟ ଜେଲ୍‌କୁ ଏହି ସମୟ ମଧ୍ୟରେ ୧୧୬୨ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories