www.samajalive.in
Friday, December 12, 2025
27.1 C
Bhubaneswar

ଅବସରପ୍ରାପ୍ତ ୨୩୯୪ ପୁଲିସ କର୍ମଚାରୀଙ୍କୁ ଠିକା ନିଯୁକ୍ତି

ଭୁବନେଶ୍ବର : କୋଭିଡ୍‌-୧୯ ଲଢ଼େଇ ପାଇଁ ଗୃହ ବିଭାଗ ପକ୍ଷରୁ ୨୩୯୪ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ପୁନର୍ବାର ଠିକା ନିଯୁକ୍ତି ଦିଆଯିବା ଲାଗି ପୁଲିସ ମହାନିର୍ଦେଶକଙ୍କୁ ଅନୁମତି ଦିଆଯାଇଛି। ରାଜ୍ୟ ପୁଲିସ ବାହିନୀରେ ଦେଖାଦେଇଥିବା ଲୋକବଳର ଅଭାବକୁ ଦୃଷ୍ଟିରେ ରଖି ପୁଲିସ ମୁଖ୍ୟାଳୟ ପକ୍ଷରୁ ଏପ୍ରିଲ ୮ରେ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା। ଗୃହ ବିଭାଗ ପକ୍ଷରୁ ପୁଲିସ ମୁଖ୍ୟାଳୟକୁ ଦିଆଯାଇଥିବା ଚିଠିରେ ୩ ମାସ ପର୍ଯ୍ୟନ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ବତନ୍ତ୍ର ପୁଲିସ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ୩ ମାସ ପରେ ଆବଶ୍ୟକତା ଥିଲେ ଉକ୍ତ ସ୍ବତନ୍ତ୍ର ଅଧିକାରୀଙ୍କୁ ପୁନଃନିଯୁକ୍ତି ଦେବା ଉପରେ ପୁଲିସ ମୁଖ୍ୟାଳୟ ନିଷ୍ପତ୍ତି ନେଇପାରିବ। ଅର୍ଥ ବିଭାଗରୁ ଏହି ନିଯୁକ୍ତିକୁ ସହମତି ଦିଆଯାଇଥିବା ଜଣାପଡିଛି। ଏହା ପୂର୍ବରୁ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ଗୃହବିଭାଗ ଅନୁମତି ଦେଇଥିଲା।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories