www.samajalive.in
Monday, December 8, 2025
24.1 C
Bhubaneswar

ଅର୍ଣ୍ଣବ ଗୋସ୍ୱାମୀ ଏତଲା ପ୍ରସଙ୍ଗ: ମାମଲା ହସ୍ତାନ୍ତରକୁ କପିଲ ସିବଲଙ୍କ ବିରୋଧ

ସମାଜ ପୋର୍ଟାଲ ଡେସ୍କ: ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଭଙ୍ଗ ଅଭିଯୋଗରେ ଦାଖଲ ଏତଲା ରଦ୍ଦ ପାଇଁ ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଗୋସ୍ୱାମୀ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ଏକ ରାଜନୈତିକ ଦଳ ଜଣେ ସାମ୍ବାଦିକଙ୍କ ବିରୋଧରେ ଏଭଳି କାର୍ଯ୍ୟ କରୁଛି।

ସର୍ବୋଚ୍ଚ ନ୍ୟାୟାଳୟରେ ଗୋସ୍ୱାମୀଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ତାଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟ ପକ୍ଷରେ ଏପ୍ରିଲ ୨୪ରେ ଅର୍ଣ୍ଣବଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଏହି ମାମଲାର ଆଦେଶ ଘୋଷଣା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ତଦନ୍ତ ଦାୟିତ୍ୱ କୌଣସି ଏଜେନ୍ସିକୁ ଦେବାକୁ ସରକାରୀ ଓକିଲ ତୁଷାର ମେହେଟା ପ୍ରସ୍ତାବ ଦେଇଥିଲେ କିନ୍ତୁ ବରିଷ୍ଠ ଓକିଲ କପିଳ ଶିଵଲ ଏହାର ବିରୋଧ କରିଥିଲେ।

- Advertisement -

ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୁଡ଼ ଏବଂ ଏମ. ଆର. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ସାଲଭେ ଯୁକ୍ତି କରିଥିଲେ ଯେ ଏହି ମାମଲାର ଯାଞ୍ଚ କାର୍ଯ୍ୟରୁ ମୁମ୍ବାଇ ପୋଲିସକୁ ହଟାଇ ଦିଆଯାଉ। ଏହି ମାମଲାରେ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ନାଗପୁରରେ ଦାଖଲ ହୋଇଥିବା ଗୋଟିଏ ଏତଲା ବ୍ୟତୀତ ଗୋସ୍ୱାମୀଙ୍କ ବିରୋଧରେ ଥିବା ସମସ୍ତ ଏଫ୍ଆଇଆର୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କେଇବାକୁ ନିର୍ଦ୍ଦେଶ ଦେବା ସହ ୩ ସପ୍ତାହ ଯାଏଁ କୌଣସି କଠୋର ପଦକ୍ଷେପ ନ ନେବାକୁ କହିଥିଲେ।

ସୂଚନାଯୋଗ୍ୟ, ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଏକ କାର୍ଯ୍ୟକ୍ରମରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ତାଙ୍କ ବିରୋଧରେ ଦେଶର ବିଭିନ୍ନ ଥାନାରେ ଏତଲା ରୁଜ୍ଜୁ କରାଯାଇଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories