www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଯୁଦ୍ଧରେ ନର୍ସଙ୍କ ଭୂମିକା ଅତୁଳନୀୟ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିଶ୍ଵରେ ମହାମାରୀ ରୂପ ନେଇଛି। ଏହି ଭୂତାଣୁ ବିରୋଧରେ ସାରା ବିଶ୍ଵ ଲଢ଼େଇ ଜାରି ରଖିଛି। ତେବେ ଏହି ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀ, ​‌ଯେଉଁମାନେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ନିଷ୍ଠାପର ଭାବେ ନିଜର ଦାୟିତ୍ଵ ନିର୍ବାହ କରି ସେବା ଯୋଗାଇ ଆସୁଛନ୍ତି। ଆଜି ମେ ୧୨ ତାରିଖ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ କରାଯାଉଥିବାବେଳେ କରୋନା ବିରୋଧରେ ନର୍ସମାନଙ୍କର ଲଢ଼େଇ ଅତୁଳନୀୟ ଏବଂ ସମଗ୍ର ବିଶ୍ଵପାଇଁ ପ୍ରେରଣାଦାୟୀ ପାଲଟିଛି।

କେବଳ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ନୁହେଁ, ବର୍ତ୍ତମାନ ଏକ ସମ୍ବେଦନଶୀଳ ସମୟରେ ଲୋକଙ୍କୁ ସଚେତନ କରାଇବାରେ ବି ନର୍ସମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ହସ୍ପିଟାଲରେ ଡ୍ୟୁଟି ସରିଲେ ବସ୍ତି ଅଞ୍ଚଳକୁ ଯାଇ ଲୋକଙ୍କୁ କରୋନା ବିଷୟରେ ସଚେତନ କରାଉଛନ୍ତି।

- Advertisement -

ରୁଖସାର ନାମ୍ନୀ ଜଣେ ନର୍ସ କୁହନ୍ତି, ରୋଗୀଙ୍କ ସେବା କରିବା ଆମର ପ୍ରଥମ ଧର୍ମ। ମୁଁ ରମଜାନ ସମୟରେ ରୋଜା ରଖିଥାଏ। ଡ୍ୟୁଟି ସହିତ ରୋଜା ରଖିବା କଷ୍ଟକର କାର୍ଯ୍ୟ। କିନ୍ତୁ ଉପରବାଲା ସବୁ ସାହସ ଦେଉଛି। କୋଭିଡ ୱାର୍ଡରେ ମୋର ଡ୍ୟୁଟି ରହିଛି। ଏଥିପାଇଁ ମୁଁ ମୋ ନିଜ ଘରକୁ ବି ଯାଇପାରେ ନାହିଁ। ଘର ଲୋକଙ୍କ ଆଶୀର୍ବାଦରୁ ମୁଁ ମୋ କର୍ତ୍ତବ୍ୟ ଠିକ୍‌ ଭାବେ କରିଆସୁଛି। ସଙ୍କଟ ସମୟରେ ସମସ୍ତଙ୍କୁ ନିଜ ନିଜ ଦାୟିତ୍ଵ ତୁଲାଇବା ଉଚିତ।

ଅନ୍ୟଜଣେ ନର୍ସ ଅମୃତା ସିଂହ କୁହନ୍ତି, କରୋନା ସନ୍ଦିଗ୍ଧ ୱାର୍ଡରେ ମୋର ଡ୍ୟୁଟି ପଡ଼ିଛି। ଘରେ ଛୋଟ ଛୋଟ ପିଲା ଅଛନ୍ତି। କିନ୍ତୁ ମୁଁ ତାଙ୍କୁ ଭେଟିପାରେ ନାହିଁ। ରୋଗୀଙ୍କ ସହିତ ନିଜ ପରିବାରକୁ ସୁରକ୍ଷିତ ରଖିବା ଆମର ଦାୟିତ୍ଵ। ଏହି ମହାମାରୀ ସମୟରେ ସମସ୍ତଙ୍କୁ ସଚ୍ଚୋଟତାର ସହିତ ନିଜ କାମ କରିବା ଦରକାର।

ସୂଚନାଯୋଗ୍ୟ, ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମ ୧୮୨୦ ମେ ୧୨ ତାରିଖରେ ହୋଇଥିଲା। ତାଙ୍କ ଜନ୍ମ ଦିନକୁ ଅନ୍ତର୍ଜାତୀୟ ନର୍ସିଂ ଦିବସ ଭାବେ ପାଳନ କରାଯାଉଛି। ୧୯୬୫ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ ହୋଇଥିଲା। ସେବେଠାରୁ ପ୍ରତି ବର୍ଷ ମେ ୧୨ରେ ଏହି ଦିବସ ପାଳିତ ହେଉଛି। ନର୍ସମାନଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବଂ ସାହସିକତା ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପ୍ରଦାନର ଶୁଭାରମ୍ଭ ହୋଇଛି।

input: amar ujala

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories